Hot Posts

6/recent/ticker-posts

ଶିକ୍ଷକ ନିଜର ସୁରକ୍ଷା ପାଇଁ ସଂଗଠନ କୁ କଲେ ଢାଲ ନିଜେ ପ୍ରତିଷ୍ଠାତା ସଦସ୍ୟ ଥାଇ ନିଜ ସପକ୍ଷରେ ପ୍ରତିବାଦ ପାଇଁ ଲଗାଇଲେ ସଂଗଠନ କୁ l

ବାଲେଶ୍ୱର, ୨୯/୦୯ ( ପ୍ରଭାକର ମଲ୍ଲିକ ) : ଶିକ୍ଷକ ନିର୍ଦୋଶ କିମ୍ବା ଅଭିଯୋଗ କାରୀ ମିଥ୍ୟା ଆରୋପ୍ କରିଛନ୍ତି ତାହା ପୋଲିସ୍ ତଦନ୍ତ ପରେ ଅର୍ଥାତ୍ ଚାର୍ଜସିଟ୍ ରୁ ଜଣାପଡିବ। ତେବେ ଶିକ୍ଷକ ନିର୍ଦୋଶ୍ ତଥା ମିଥ୍ୟା ମୋକଦ୍ଦମା ବୋଲି ଚିତ୍କାର କରିବା କେତେ ଯୁକ୍ତି ଯୁକ୍ତ ? ମାମଲା ପ୍ରତ୍ୟାହାର ପାଇଁ ପୋଲିସ ପ୍ରସାଶନ ଉପରେ ଅଲଚିକି ସଂଗଠନ ମାଧ୍ୟମରେ ଆଦିବାସୀ ମାନଙ୍କୁ, ବିଭିନ୍ନ ରାଜ୍ୟରୁ ବିକ୍ଷୋଭ ପାଇଁ ଆଣିଲା କିଏ ? ଏଥିରୁ ସ୍ପଷ୍ଟ ଠାକୁର ଘର କିଏ,ନା ମୁଁ କଦଳୀ ଖାଇନି।ଏଥିରୁ ମନୋବୈଜ୍ଞାନିକ ଦୃଷ୍ଟିରୁ ସତ୍ୟ ଯେ ଶିକ୍ଷକ ନିଶ୍ଚିତ ସଂପୃକ୍ତ ଅଛନ୍ତି।ଘଟଣାଟି ସତ୍ୟ। ନିଜେ ଅଲଚିକି ସଂଗଠନର ଜଣେ ପ୍ରତିଷ୍ଠାତା ସଦସ୍ୟ ଥାଇ,ନିଜ ସପକ୍ଷରେ ନିଜ ସଂଗଠନକୁ ଲଗାଇବା କେତେ ଠିକ୍? ଯଦି ଶିକ୍ଷକ ଠିକ୍, ତେବେ ପୋଲିସର ତଦନ୍ତ ରିପୋର୍ଟ କୁ ଅପେକ୍ଷା କରିବାର ଅଛି। ଶିକ୍ଷକଙ୍କ ବିରୁଦ୍ଧରେ ପ୍ରାଥମିକ ତଦନ୍ତ ପରେ ପୋସ୍କୋ ଭଳି ସଙ୍ଗୀନ୍ ଦଫାରେ ମାମଲା ହୋଇଥିବା ବେଳେ, ପ୍ରତିବାଦ ଓ ବିରୋଧ କଲେ କଣ,ମାମଲା ପ୍ରତ୍ୟାହାର ହୋଇଯାଏ କି ? ବରଂ ଶିକ୍ଷକଙ୍କ ଠାରୁ କିଛି ରାଜନୈତିକ ବ୍ୟକ୍ତି ଅର୍ଥ ନେଇ ଏହିପ୍ରକାର ନାଟକ କରୁଛନ୍ତି। ତେର ବର୍ଷର ନାବାଳିକା ମିଛ କହିଲା ,ଆଉ ଶିକ୍ଷକ ସତ କହୁଛନ୍ତି ? ଯଦି ଝିଅଟି ମିଛ କହିଥାଏ କିମ୍ବା ଶିକ୍ଷକ ବିରୋଧରେ କୌଣସି ଷଡ଼ଯନ୍ତ୍ର ହୋଇଥାଏ, ତେବେ ତଦନ୍ତ ରେ ପୋଲିସ୍ ପର୍ଦ୍ଦାଫାଶ କରିବ। ସେତେବେଳେ ପ୍ରକୃତ ଦୋଷି ଦଣ୍ଡ ପାଇବ।୯୦ ଦିନ ଭିତରେ ପୋଲିସ ଚାର୍ଜସିଟ୍ ଦାଖଲ କରିବ।ତା ପୂର୍ବରୁ ଏତେ ପାଲା କାହିଁକି ? ନିଜଦ୍ବାରା ପରିଚାଳିତ ଏକ ଭାଷା ଆନ୍ଦୋଳନ ର ସଂଗଠନ କୁ ଆଣିବା କେତେ ଜରୁରୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,ଯଦି ପୋଲିସ୍ କେସ୍ ଦରଜ୍ କରିଛି,ଘଟଣା ଏବେ କୋର୍ଟର ବିଚାରାଧୀନ, ସେତେବେଳେ ଥାନା ଆଗରେ ପ୍ରତିବାଦ ବିକ୍ଷୋଭ ନକରି,ଘଟଣା ଘଟିଥିବା ଗ୍ରାମରେ ପ୍ରତିବାଦ କରିବାର କଣ ରହିଛି ତର୍କ। ତେବେ ମୁଁ କାହାକୁ ଦୋଷ ଦେଉନି, ଯେଉଁ ମାନଙ୍କର ସମ୍ବିଧାନ ଓ ଆଇନ୍ ଉପରେ ଭରଷା ଅଛି, ତେବେ ଆଇନ୍ ର ରାସ୍ତା ରେ ଯାଇ ଲଢେଇ କରିବା ସବୁଠାରୁ ଗ୍ରହଣୀୟ। ମାମଲା ରୁଜୁ ପରେ ପୋଲିସ୍ ଚାହିଁଲେ ବି ମାମଲା ପ୍ରତ୍ୟାହାର କରିପାରିବ ନାହିଁ।ଯାହା ହେବ କୋର୍ଟରେ। ତେଣୁ ସମସ୍ତଙ୍କର ଦାବି ରହିବା ଉଚିତ୍ ପୋଲିସ୍ ନିରପେକ୍ଷ ତଦନ୍ତ କରିବା ସହ, ସତ ଲୋକ ଲୋଚନକୁ ଆଣିବା ସହ, ଯିଏବି ଦୋଷୀ ତାକୁ କଠୋର ଦଣ୍ଡ ମିଳୁ।



ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ରିପୋର୍ଟ l