Hot Posts

6/recent/ticker-posts

ଠିପିବନ୍ଦ ବିଦେଶୀ ମଦ ଦୋକାନ ? ତେବେ ଚାଖାଣା ଦୋକାନର କାମ କଣ ? ଉଠିଲା ବଡ଼ ପ୍ରଶ୍ନ l

ବାଲେଶ୍ଵର, ୨୮/୦୯ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅର୍ନ୍ତଗତ ଲଙ୍ଗଳେଶ୍ୱର ସ୍ଥିତ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନ । ତେବେ ଠିପି ବନ୍ଦ ମଦ ଦୋକାନ ପାଖରେ ଚାଖଣା ଦୋକାନକୁ ନେଇ ଉଠିଛି ବଡ଼ ପ୍ରଶ୍ନ ? ଆଗରେ ନାମକୁ ମାତ୍ର ଠିପି ବନ୍ଦ ମଦ ଦୋକାନ ହୋଇଥିବା ବେଳେ, ଚାଖଣା ଦୋକାନ ରେ ଠିପି ଖୋଲା ମଦ ପିଉଥିବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏପରି ବେଆଇନ୍ କାର୍ଯ୍ୟ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ମାଲିକ କରୁଥିବା ଅଭିଯୋଗ ହୋଇଛି।ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳେଶ୍ୱରରେ ସରକାରୀ ଠିପି ମଦ ଦୋକାନ ରହିଥିବା ବେଳେ , ଦୋକାନ ନିକଟରେ ଚାଖଣା ଦୋକାନ ଖୋଲି ରାସ୍ତାପାର୍ଶ୍ୱରେ ବେପାର ଚାଲିଥିବା ନେଇ ଅଭିଯୋଗ ହୋଇଛି। ସରକାରୀ ମଦ ଦୋକାନ ନିକଟରେ ଏଭଳି ଚାଖଣା ଦୋକାନ ଚାଲିବା ଏବଂ ରାସ୍ତାପାର୍ଶ୍ୱରେ ବେପାର ହେବାକୁ ନେଇ ସାଧାରଣରେ ଉଠିଲା ବଡ଼ ପ୍ରଶ୍ନ ଉଠୁଛି। ଏହାଦ୍ୱାରା ରାସ୍ତାରେ ଯାତାୟାତ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏଭଳି ବେଆଇନ୍ ବେପାର ପାଇଁ କିଏ ଦେଇଛି ଅନୁମତି । ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି, ଏବେ ପ୍ରଶ୍ନ ଉଠୁଛି, ଅବକାରୀ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଏହି ଘଟଣା ପ୍ରତି କେବେ ଦୃଷ୍ଟି ଦେବେ? ଏହାର ଉଚିତ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ତେବେ ଦିନ ଦ୍ବିପହରରେ ରାସ୍ତା ପାର୍ଶ୍ବରେ ଏପରି ବେଆଇନ୍ କାର୍ଯ୍ୟ ଖୋଲମଖୋଲା ଚାଲୁଥିବା ବେଳେ, ଅବକାରୀ ବିଭାଗ ନୀରବ କାହିଁକି ? କଣ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇଛି ନା ମଧୁଚନ୍ଦ୍ରିକା ସାଜିଛି ତାହା ସାଧାରଣରେ ଉଠିଛି ପ୍ରଶ୍ନ । ତେବେ ବେଆଇନ୍ ଚାଖଣା ଦୋକାନ ରେ ମଦ ପିଇବା ପାଇଁ ବାରଣ ନିମନ୍ତେ ହେଉଛି ଦାବି ।