Hot Posts

6/recent/ticker-posts

ସ୍ଵର୍ଗତ ହରିହର ପରିଡାଙ୍କ ସ୍ମୃତି ଚାରଣ ସଭା

ବାଲେଶ୍ୱର, ୨୯/୦୯ ( ନିରୋଜ କୁମାର ସେଠୀ ) : କୋରେଇ ବ୍ଲକ ଅନ୍ତର୍ଗତ ପାଣି କୋଇଲି ଗ୍ରାମରେ ତା ୨୮/୯/୨୦୨୪ ରିଖ ସୋମବାର ସନ୍ଧ୍ୟା ସମୟରେ ସ୍ଵର୍ଗତ ହରିହର ପରିଡାଙ୍କ ବାସ ଭବନରେ ତାଙ୍କର ଏକାଦଶ କ୍ରିୟା ସହ ସ୍ମୃତି ଚାରଣ ସଭା ଆୟୋଜନ କରାଯାଇଥିଲା।ଉ କ୍ତ ସଭାରେ ମୋ ଭାଇ ମାନେ ପରିବାରର ସଭାପତି ସଞ୍ଜୟ କୁମାର ଦଳାଇ ସଭା ପରି ଚାଳନା କରିଥିଲେ। ସର୍ବ ପ୍ରଥମେ ଉପସଭାପତି ଶ୍ରୀଯୁକ୍ତ ମଦନ ମୋହନ ଦାସ ଜଗନ୍ନାଥ ଙ୍କ କର କମଳ ରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଉକ୍ତ ସଭାରେ ଅଧ୍ୟାପକ କବି ଡଃ ଚନ୍ଦ୍ରକାନ୍ତ ମହାନ୍ତି ସ୍ବର୍ଗତ ପରିବାରଙ୍କର ସମାଜ ସେବା, ମହାନତା, ସଚ୍ଚୋଟତା, ମିଷ୍ଟାନ୍ନ ମେଳାପି, ଝାଡ, ଫୁଙ୍କ ହିସାବରେ ଏ ଆଖ ,ପାଖ ଅଞ୍ଚଳରେ ବେଶ ସୁପରିଚିତ, ଅକୁଣ୍ଠ ଭଲ ପାଇବାର କଥାକୁ କବିତା ମାଧ୍ୟମରେ ପ୍ରତିପାଦନ କରିଥିଲେ। ସ୍ବର୍ଗତ ପରିବାରଙ୍କର ଏକ ମାତ୍ର ପୁତ୍ର ରୋହିତ ପରିଡ଼ା ପିତାଙ୍କର ଭଲ ପାଇବାର ସେହ୍ନ, ଶ୍ରଦ୍ଧା, ପର୍ଶ, ପ୍ରତ୍ୟେକଟି ମୁହୁର୍ତ୍ତ ରେ ଅନୁଭବ କରିଥିଲେ। ଶ୍ରୃଶ୍ରୀ ଦିପାଳି ଦିବ୍ୟ ଜ୍ୟୋତି ବାରିକ୍ ତାଙ୍କର ସୁଲଳିତ କଣ୍ଠରେ ପିତା ଶବ୍ଦର ଅର୍ଥ କୁ ସଙ୍ଗୀତ ମାଧ୍ୟମରେ ପ୍ରତି ପାଦନ କରିଥିଲେ। ବିଶିଷ୍ଟ ସମାଜ ସେବୀ ଅଜୟ କୁମାର ସାହୁ ତାଙ୍କର ଧର୍ମୀୟ ଗୁଣକୁ ବଖାଣି ଥିଲେ। ପରିବାରର ବଡ଼ ଜୋଇଁ ଶ୍ରୀ ଯୁକ୍ତ ଶରତ ଚନ୍ଦ୍ର ସେଠୀ ଶ୍ବଶୁର ଙ୍କ ବିୟୋଗରେ ମିୟମାଣ ହୋଇଥିଲେ କହିବା ପାଇଁ ପାଟିରେ ଭାଷା ନଥିବାର ଲକ୍ଷ୍ୟ କରାଯାଇ ଥିଲା। ଉପଦେଷ୍ଟା ଶ୍ରୀଯୁକ୍ତ ଦୀନବନ୍ଧୁ ଖୁଣ୍ଟିଆ ପରିଡ଼ା ବାବୁଙ୍କ ର ଅନ୍ୟ ମାନଙ୍କ ପ୍ରତି ଭଲ ପାଇବା ନିଜ ଭାଷାରେ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବନମାଳୀ ବେହେରା, ରବିନାରାୟଣ ପରିଡ଼ା, ଶୁଭ୍ରାଂଶୁ ଶେଖର ନାୟକ, ଅକ୍ଷୟ କୁମାର ପରିଡ଼ା, ପଦ୍ମନାଭ ନାୟକ ,ଗଦାଧର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ବିକାଶ ଚନ୍ଦ୍ର ମଲ୍ଲିକ ପରିଡ଼ା ବାବୁଙ୍କ ଧର୍ମ ପରାୟଣ ଗୁଣ ବଖାଣି ଥିଲେ। ଶେଷରେ କିଶୋର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।