Hot Posts

6/recent/ticker-posts

ବନ୍ଧପାରି ଠାରେ ପୋଷଣର ପର୍ବ, ସୁସ୍ଥ ସମାଜ ଗଠନର ଆହ୍ୱାନ ।

କଳାହାଣ୍ଡି, ୨୬/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜଗଡ ବ୍ଲକ ଅନ୍ତର୍ଗତ ବନ୍ଧପାରି ଗ୍ରାମ ଠାରେ କର୍ତ୍ତଵ୍ୟ,ରିଲାଏନ୍ସ ଫାଉଣ୍ଡେସନ ଓ ମହିଳା ଓ ଶିଶୁ ବିକାଶ ବିଭାଗ ଲାଂଜିଗଡଙ୍କ ମିଳିତ ସହଯୋଗରେ ବ୍ଲକ ସ୍ତରୀୟ ପୋଷଣ ପରିଚାଳନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଚଣ୍ଡୀ, ପ୍ରଧାନ ଶିକ୍ଷକ ମାଁ ଭୈରବୀ ଉଚ୍ଚ ବିଦ୍ୟାଳୟ, ବନ୍ଧପାରି, ଶ୍ରୀଦେବେନ୍ଦ୍ର ପଟେଲ, ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ରିଲାଏନ୍ସ ଫାଉଣ୍ଡେସନ, ନିରାକାର ଦଣ୍ଡସେନା ପ୍ରକଳ୍ପ ସଂଯୋଜକ କର୍ତ୍ତଵ୍ୟ, ଓ ଶ୍ରୀମତି ଯଶୋବନ୍ତୀ ଗଉଡ଼ ମହିଳା ସୁପରଭାଇଜର ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ରହି ଶିଶୁ, କିଶୋରି ବାଳିକା, ଗର୍ଭବତୀ ଲ ଓ ପ୍ରସୂତି ମା’ମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାର ଆବଶ୍ୟକତା, ସନ୍ତୁଳିତ ଖାଦ୍ୟ, ପୋଷଣର ଗୁରୁତ୍ୱ, ପରିଷ୍କାର-ପରିଚ୍ଛନ୍ନତା ଓ ସୁସ୍ଥ ଜୀବନଯାପନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ମିଳିତ ପ୍ରୟାସରେ ଅପପୋଷଣ ଦୂର କରି ସୁସ୍ଥ ଓ ସବଳ ସମାଜ ଗଠନ କରାଯାଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ଅଙ୍ଗନ ୱାଡ଼ି ସହାୟିକା, ଗ୍ରାମ ପଞ୍ଚାୟତ ଜୀବନ ଜୀବିକା ନିର୍ବାହ ସମିତି ସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା କିଶୋରୀ ବାଳିକା, ମହିଳା ଓ ଅନ୍ୟାନ୍ୟ ଅଞ୍ଚଳବାସୀ ଯୋଗଦେଇଥିଲେ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ପୋଷଣ ସମ୍ପର୍କିତ ସଚେତନତା ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମକୁ କର୍ତ୍ତଵ୍ୟ ଅନୁଷ୍ଠାନ ସମ୍ପ୍ରସାରଣ କର୍ମୀ ସଞ୍ଜିବ ପଣ୍ଡା, ସୁଶାନ୍ତ ମାଝୀ ଓ ଉଦିତ ନାଏକ ପ୍ରମୁଖ ସହଯୋଗ କରିଥିଲେ।



କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ ।