Hot Posts

6/recent/ticker-posts

ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସେବା ସଂକଳ୍ପ ଅଭିଯାନ ଆୟୋଜିତ

ରାୟଗଡ, ୨୬/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସେବା ସଂକଳ୍ପ ଅଭିଯାନ ଆୟୋଜିତ ହୋଇଛି । ଏହି ଅବସରରେ ଜିଲ୍ଲା ସ୍ତରୀୟ ବାତ୍କୃତା ଓ ଚିତ୍ରାଙ୍କନ ପ୍ରତଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ରବୀନ୍ଦ୍ରନାଥ କହଁର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରତି ବ୍ଲକରୁ ଛଅ ଜଣ ଲେଖାଏଁ ମୋଟ ଛଅସଠି ଜଣ ଶିଶୁ ନିଜ ଗାଇଡ ଶିକ୍ଷକଙ୍କ ସହ ଅଂଶ ଗ୍ରହଣ କରିଥିଲେ। ପି ଏମ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ପୂର୍ବାହ୍ନରେ ପ୍ରତିଯୋଗିତା ମାନ ଓ ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ କହଁର, ସ୍ୱତନ୍ତ୍ର ବିକାଶ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ ମାଝୀ, ଜିସିଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଧାନ, ବିଜ୍ଞାନ ପରିଦର୍ଶକ ଶକ୍ତି କୁମାର ବେହେରା ଅତିଥିରୂପେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ । ଶିଶୁଙ୍କ ମନରେ ସମାଜସେବା, ସମର୍ପଣ, ସ୍ୱଚ୍ଛତା, ସହାନୁଭୂତି, ନାଗରିକ ଦାୟୀତ୍ଵ ସହ ଅଧିକ ପରିଶ୍ରମୀ ହେବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ କହଁର ସମେତ ସମସ୍ତ ଅତିଥି ବୃନ୍ଦ ପ୍ରବର୍ତ୍ତାଇଥିଲେ । ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ନିମନ୍ତେ ଭବିଷ୍ୟତର ନାଗରିକ ନିଜ ଗାଁ, ସହର, ଜିଲ୍ଲା ଓ ରାଜ୍ୟର ବିକାଶ ନିମନ୍ତେ ସଂକଳ୍ପ ନେବା ସହ ନିଜ ଭବିଷ୍ୟତ ନିମନ୍ତେ ନିଜର ସ୍ଥାନ ବାଛିବା ଓ ସେହି ଦିଗରେ ଚେଷ୍ଟା ଜାରି ରଖିବା ଉଚିତ । ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ପଚିଶି ବର୍ଷ ସ୍ଥାୟୀ ଶାସନର ଭୂୟସୀ ପ୍ରଶଂସା କରିବା ସହ ତାଙ୍କ ଦୀକ୍ଷାରେ ଦୀକ୍ଷିତ ହୋଇ ଅନ୍ୟର ବିକାଶରେ ସାମିଲ ହେବାପାଇଁ ବରେଣ୍ୟ ଅତିଥିଗଣ ପରାମର୍ଶ ଦେଇଥିଲେ । ଶେଷରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ କୃତ୍ତି ତିନିଜଣ ଲେଖାଏଁ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା । ବାତ୍କୃତାରେ ପ୍ରଥମ ସ୍ଥାନ ପାଇଥିବା ସିରିପୂର୍ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଅଙ୍କିତା ମହାନନ୍ଦିଆଙ୍କ ଉତ୍ସଶି ବକୃତାରେ ଅଭିଭୂତ ହୋଇ ଶ୍ରୀମତୀ ମଞ୍ଜୁଳା ମିନିଆକା ତାଙ୍କୁ ଅତିରିକ୍ତ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତାରେ ପିଏମଶ୍ରୀ ଗୋପବନ୍ଧୁ ପୌର ଉଚ୍ଚ ବିଦ୍ୟାଳୟ ଏବଂ ଜିଲ୍ଲା ସ୍ତରୀୟ ବିଜ୍ଞାନ ନୃତ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରଥମ ସ୍ଥାନ ଉତ୍ତୀର୍ଣ୍ଣ ହୋଇ ରାଜ୍ୟସ୍ତରରେ ଅଂଶଗ୍ରହଣ ନିମନ୍ତେ ଚୟନ ହୋଇଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ନିଳାଞ୍ଚଳ ମିଶ୍ର ସଂଯୋଜନା କରିଥିଲେ ଓ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଦୀପକ ରାଉତ ସମେତ ସମଗ୍ର ଶିକ୍ଷା ର କର୍ମକର୍ତ୍ତା, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ସହଯୋଗ କରିଥିଲେ ।