Hot Posts

6/recent/ticker-posts

୨୫ ବର୍ଷ ପରେ ଏକାଠି ହେଲେ ୨୦୦୧ ବ୍ୟାଚ୍‌ର ଛାତ୍ରଛାତ୍ରୀ, ଗେଡିଆପଲ୍ଲୀରେ ବନ୍ଧୁମିଳନ ଉତ୍ସବ

ବୋଲଗଡ, ୨୩/୦୯ ( ମାନସ ରଞ୍ଜନ କର ) : ସରକାରୀ ଉଚ୍ଚ ବିଦ୍ୟାଳୟ, ଗେଡିଆପଲ୍ଲୀର 2001 ବ୍ୟାଚର ସମସ୍ତ ଛାତ୍ର ଛାତ୍ରୀମାନେ 25 ବର୍ଷର ପୂର୍ତ୍ତି ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଶ୍ରୀଯୁକ୍ତ ପୀତବାସ ପଟ୍ଟନାୟକ, ଶ୍ରୀଯୁକ୍ତ ଲଷ୍ମୀଧର ପଣ୍ଡା, ଶ୍ରୀଯୁକ୍ତ ବସନ୍ତ କୁମାର ନାୟକ, ଶ୍ରୀଯୁକ୍ତ ହରେକୃଷ୍ଣ ବେହେରା, ଶ୍ରୀଯୁକ୍ତ ଦିବାକର ସାହୁ, ଶ୍ରୀଯୁକ୍ତ ପଦ୍ମ ଚରଣ ମହାପାତ୍ର, ଶ୍ରୀଯୁକ୍ତ ଗଣେଶ୍ୱର ପଣ୍ଡା, ଶ୍ରୀମତୀ ତୃପ୍ତି ପଟ୍ଟନାୟକ ମଞ୍ଚ ମଣ୍ଡନ କରିଥିଲେ। ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟରେ ଦାମୋଦର ପାଣିଗ୍ରାହୀ, ରାମ ଚନ୍ଦ୍ର ଦାଶ ଓ ନାରାୟଣ ପଣ୍ଡା ଉପସ୍ଥିତ ଥିଲେ। ଆୟୋଜକ ଭାବେ ମାନସ କୁମାର ସାହୁ, ଜୟଶ୍ରୀ ହୋତା, ଦୀପ୍ତିମୟୀ ସାହୁଙ୍କ ସହ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ। ପ୍ରଥମେ ଗୁରୁଜୀ ଓ ଗୁରୁମା ମାନଙ୍କୁ ଭବ୍ୟ ପୂଜାର୍ଚନା କରି ଆତିଥ୍ୟତା ପ୍ରଦାନ କରିଥିଲେ। ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜଳ ଣ କରାଯାଇଥିଲା। ଶିକ୍ଷକ ଗଣେଶ୍ୱର ପଣ୍ଡା ମଙ୍ଗଳାଚରଣ ପାଠ କରିଥିଲେ। ପରେ ପରେ ସମସ୍ତ ଗୁରୁଜୀ ଗୁରୁମା ମାନଙ୍କୁ ଉତ୍ତରୀୟ ଫୁଲତୋଡ଼ା ପ୍ରଦାନ କରି ଭବ୍ୟ ସ୍ୱାଗତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ନିଜ ନିଜର ପରିଚୟ ପ୍ରଦାନ ପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜର ପୂର୍ଵ ଅନୁଭୂତି ପ୍ରକାଶ କରିଥିଲେ। ଶିକ୍ଷକ ଶ୍ରୀ ଦିବାକର ସାହୁ ସ୍ୱରଚିତ ଏକ ଗୀତ ଗାନ କରି ସମସ୍ତଙ୍କ ମନକୁ ଆକର୍ଷଣ କରିଥିଲେ। ଶେଷରେ ମାନସ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ପରେ ସମସ୍ତଙ୍କୁ ସ୍ୱାଦିଷ୍ଟ ଭୋଜନ ପରିବେଷଣ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ଦାସ ସମସ୍ତଙ୍କୁ ଭୁୟସୀ ପ୍ରଶଂଶା କରିଥିଲେ। ପରବର୍ତ୍ତୀସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁରହିଥିଲା।