ବେକରେ ଗାମୁଛା ବାନ୍ଧି ଗଛରେ ଝୁଲି ଆତ୍ମହତ୍ୟା।
ଝରିଗାଁ, ୨୬/୦୯ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନ ଏକମ୍ବା ପଞ୍ଚାୟତ ଅନ୍ତର୍ଗତ ଧନପୁର ଗ୍ରାମର ଜଣେ ୩୫ ବର୍ଷୀୟ ଯୁବ ମାନସିକ ରୋଗୀ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ସୂଚନା ପ୍ରକାରେ ମୃତ ଯୁବକଙ୍କ ନାମ ଅୟତୁ ଗୌଡ଼ (୩୫) ପିତା ସୋମା ଗୌଡ଼ ଧନପୁର ଗାଁ ଶ୍ମଶାନ ନିକଟରେ ଥିବା ଏକ ପିପଳ ଗଛରେ ବେକରେ ଗାମୁଛା ବାନ୍ଧି ଫାଶୀ ହୋଇଥିବା ଜଣା ପଡିଛି। ଆୟତୁ ଗୌଡ଼ ଙ୍କ ମାନସିକ ସ୍ଥିତି ଠିକ୍ ନଥିବା ବେଳେ କିଛିଦିନ ଧରି ଘର ଛାଡ଼ି ବାହାରେ ବୁଲି ରହୁଥିଲେ। ଆଜି ଅପରାହ୍ନ ପର୍ଯ୍ୟନ୍ତ ଘରକୁ ଅୟତୁ ଫେରିନଥିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଝରିଗାଁ ଉମରକୋଟ ମୁଖ୍ୟ ରାସ୍ତାରେ ଅବସ୍ଥିତ ଧନ ପୂର୍ ଗାଁ ଶ୍ମଶାନରେ ଲୋକେ ଝୁଲନ୍ତା ମୃତା ଶରୀର ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ଯୁବକଙ୍କ ଆତ୍ମହତ୍ୟା ନେଇ ମୃତକଙ୍କ ଭାଇ ବଳରାମ ଗୌଡ଼ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଝରିଗାଁ ଥାନା ଇନ୍ ଚାର୍ଜ ଇନ୍ସପେକ୍ଟର ବିପିନ ବାଘ ଓ ଏ ଏସ ଆଇ ପ୍ରଭାତ କୁମାର ବରାଳ ଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ କେସ ନଂ ୨୬/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଏବଂ ଆସନ୍ତା କାଲି ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଇନ୍ସପେକ୍ଟର ଶ୍ରୀ ବାଘ କହିଛନ୍ତି।