ବିଜେପି ବିଶ୍ୱନାଥପୁର ମଣ୍ଡଳ ତରଫରୁ ସାଧାରଣ ସମ୍ପାଦକ ଙ୍କ ଘର କୁ ଯାଇ ସ୍ୱାସ୍ଥ୍ୟ ବ୍ୟସ୍ଥା ବୁଝିଥିଲେ
କଳାହାଣ୍ଡି, ୨୩/୦୯ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ମଣ୍ଡଳ ର ସାଧାରଣ ସମ୍ପାଦକ ଗୌତମ କୁମାର ନାଗ ଚଳିତ ମାସ ୧୫ ତାରିଖ ଦିନ ଦେପୁର ଗ୍ରାମରୁ ନିଜ କାମ ସାରି ଘରକୁ ଫେରୁଥିବା ସମୟରେ ପାଖରୀବନ୍ଧ ନିକଟରେ ଭାର ସାମ୍ୟ ହରାଇ ସଡ଼କ ଦୁର୍ଘଟଣା ର ଶିକାର ହୋଇଥିଲେ ।ସେଠାରୁ ତାଙ୍କୁ ବିଶ୍ୱନାଥପୁର ପୋଲିସ ଉଦ୍ଧାର କରି ପ୍ରଥମେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିବା ବେଳେ ସେଠାକାର ଡାକ୍ତର ଅବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାଂତର ପାଇଁ ପରାମର୍ଶ ଦେଇଥିଲେ । ସେ ସେଠାରେ ଚିକିତ୍ସା ହୋଇ ଗତ ଶନିବାର ଦିନ ଘରକୁ ଫେରି ଥିଲେ ବେଳେ ଆଜି ଅପରାହ୍ନ ରେ ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ଉପ ସଭାପତି ଅଶୋକ ପରିଡା, ମିଡ଼ିଆ ସେଲ ସଂଯୋଜକ ଶେଖର ସୁମନ ଦାଶ, ଯୁବ ମୋର୍ଚ୍ଚା ସଭାପତି ସଞ୍ଜୟ ଛତ୍ରୀୟା, ବିଶ୍ୱନାଥପୁର ପଞ୍ଚାୟତ ସଭାପତି ଫଲ୍ଗୁନୀ ସାହୁ, ଶକ୍ତି କେନ୍ଦ୍ର ପ୍ରମୁଖ ଉଆଁସୁ ପରାଭୋଇ, ହିମାଂଶୁ ତାଣ୍ଡି ପ୍ରମୁଖ ତାଙ୍କ ଗ୍ରାମ ପାରୁଆ ଗାଁ ର ବାସଭବନ କୁ ଯାଇ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରି ଭଲ ମନ୍ଦ ବୁଝି ଆସିଥିଲେ ।
କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।