Hot Posts

6/recent/ticker-posts

କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲର ‘ସୋଲାର ରଥ’

ଭବାନୀପାଟଣା, ୨୯/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ରୁଫ୍‌ଟପ୍ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ‘ସୋଲାର ରଥ’ ମାଧ୍ୟମରେ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଅଛି । ଆଜି କଳାହାଣ୍ଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ ଏହି ସୋଲାର ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସହ ନିର୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କମ୍ପାନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରଥମେ ସମ୍ବଲପୁରରେ ମାନ୍ୟବର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏହି ସୋଲାର ରଥର ଶୁଭ ଉଦ୍ଘାଟନ କରାଯାଇଥିଲା। ପରେ ପରେ ବରଗଡ଼, ଝାରସୁଗୁଡ଼ା,  ସୋନପୁର ଜିଲ୍ଲାରେ ଏହି ସୋଲାର ରଥ ପହଞ୍ଚି ସାରିଥିବା ବେଳେ ଏବେ କଳାହାଣ୍ଡି ଜିଲ୍ଲାରେ ଯାତ୍ରା ଆରମ୍ଭ କରିଛି । ଏହି ସଚେତନତା ରଥ ଦ୍ୱାରା ପଶ୍ଚିମ ଓଡ଼ିଶାର ଅଧିକ ଅଞ୍ଚଳରେ ରୁଫ୍‌ଟପ୍ ସୋଲାର ଓ ପିଏମ୍ ସୂର୍ଯ୍ୟ ଘର ଯୋଜନା ସମ୍ପର୍କରେ ସୂଚନା ପହଞ୍ଚିବ ବୋଲି ଆଶା କରାଯାଉଛି ।



କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ