Hot Posts

6/recent/ticker-posts

ହିମାଂଶୁ ଶେଖର ତ୍ରିପାଠୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବୀରମହାରାଜପୁର, ୨୯/୦୯ ( ଜଗଦିଶ ମେହେର ) : ସ୍ଥାନୀୟ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଲୁଣ୍ଡାଠାରେ ସ୍ବର୍ଗତ ହିମାଂଶୁ ଶେଖର ତ୍ରିପାଠୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଅଧ୍ୟକ୍ଷ ସରୋଜ କୁମାର ପାଣ୍ଡିଆଙ୍କ ସଭାପତିତ୍ୱରେ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀଙ୍କ ସ୍ମୃତି ଚାରଣ କରିଥିଲେ।ଶ୍ରୀଯୁକ୍ତ ତ୍ରିପାଠୀ ୧୯୯୧ ମସିହାରୁ ଏହି ଅନୁଷ୍ଠାନ ପରିଚାଳନା ପରିଷଦର ପ୍ରତିଷ୍ଠାତା ଓ ସଭାପତି ରହିଥିଲେ।ସେ ଜଣେ ସ୍ନେହୀ, ରାଜନୈତିକ ବ୍ୟକ୍ତିତ୍ୱ ଓ ବୁଦ୍ଧିଜୀବୀ ଥିଲେ।ଏଥି ସକାଶେ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏହି ସଭାରେ ପ୍ରାଧ୍ୟାପକ ଶାନ୍ତନୁ କୁମାର ପୁରୋହିତ, କୈଳାସ ମେହେର, ବିକାଶ ଗଡ଼ୁଆ,ତ୍ରିବିକ୍ରମ ମେସୁଆ, ଚିନ୍ତାମଣି ଆଚାର୍ଯ୍ୟ, ଦେବେନ୍ଦ୍ର ହରିପାଲ, ଶିବ ନାରାୟଣ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।