Hot Posts

6/recent/ticker-posts

କେନାଲ ପାଣି ଅଭାବ,ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଚାଷୀ।

ଧର୍ମଗଡ଼, ୨୪/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଧର୍ମଗଡ଼ ର ଅନେକ ଅଞ୍ଚଳର କେନାଲ ପାଣି ସମସ୍ୟା ରବି ଚାଷ ଉପରେ ଗୁରୁତର ପ୍ରଭାବ ପକାଇଛି । ଏହି ସମସ୍ୟାକୁ ନେଇ ଗୋଲାମୁଣ୍ଡା ଡିଷ୍ଟ୍ରିବ୍ୟୁଟାରି ଅଧୀନ ସନ୍ଧିକୁଳିଆର, , କାଁକେରି, କନାଗାଁ, ଡ଼ୁମେର ଗୁଡା, ଟିପି ଗୁଡା ଗ୍ରାମ ପଞ୍ଚାୟତ ର ଚାଷୀ ମାନେ ଆଜି ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ଅନୁସାରେ, ଚାଷ କାମ ଆରମ୍ଭରୁ ଜମିକୁ ଠିକ୍ ଭାବରେ କେନାଲ ରୁ ଜଳ ଯୋଗାଣ ହେଉଥିଲା କିନ୍ତୁ ଦୀର୍ଘ 25 ଦିନ ହେବ କେନାଲ ରେ ପାଣି ଆସୁନଥିବାରୁ ଜମି ଶୁଖି ଫାଟି ଯାଇ ଧାନଗଛ ପୋଡ଼ି ନଷ୍ଟ ହେବାକୁ ବସିଲାଣି ଉପରମୁଣ୍ଡରୁ ପାଣି ଯୋଗାଣ ବ୍ୟବସ୍ଥା ଠିକ୍‌ ଭାବେ ଚାଲୁ ନାହିଁ ।ଦୁଇ ତିନି ଦିନ ଭିତରେ ଚାଷ ଜମିକୁ ପାଣି ନ ଆସେ ତାହେଲେ ପାଣି ଅଭାବରୁ ଧାନ ଚାଷ ସମ୍ପୂର୍ଣ ନଷ୍ଟ ହୋଇଯିବ। କ୍ଷୟକ୍ଷତି ଏବଂ ଋଣ କରଜ ଭାର ଚାଷୀକୁଳ କୁ ସହିବାକୁ ପଡ଼ିବ। କିନ୍ତୁ ଏସବୁ ସ୍ଥାନର ପ୍ରାୟ 200ଏକଡ଼ ଜମି ଶୁଖିଲା ପଡିଛି।ଚାଷୀ ମାନେ ଆଜି ଧର୍ମଗଡ ଉପଜିଲ୍ଲାପାଳ ପାଖକୁ ଏହି ସମସ୍ୟା ର ସମାଧାନ ପାଇଁ ଯାଇଥିଲେ ହେଲେ ସେ ଇନ୍ଦ୍ରାବତୀ କେନାଲ ବିଭାଗ କୁସୁମଖୁଣ୍ଟି କୁ ଅଭିଯୋଗ କରିବା ପାଇଁ ପରାମର୍ଶ ଦେବା ଆମ୍ଭଙ୍କୁ ହତାଶ କରିଛି ବୋଲି ଚାଷୀମାନେ କହିଛନ୍ତି । ଯଦି ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ନାହିଁ, ତେବେ ଆଗାମୀ ଦିନରେ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଚାଷୀକୁଳ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ