Hot Posts

6/recent/ticker-posts

ବରୀରେ ଜାତୀୟ ପଞ୍ଚାୟତିରାଜ ଦିବସ

ବରୀ, ୨୪/୦୪ ( ରଂଜିତ ମହାନ୍ତି ) : ବରୀ ବ୍ଳକ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି l ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ଗେଡି, ଭାରପ୍ରାପ୍ତ ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜାତୀୟ ପଞ୍ଚାୟତିରାଜ ଦିବସର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ପଞ୍ଚାୟତସ୍ତରରେ ଲୋକଙ୍କୁ ସାହାଯ୍ୟ କରିବା ଓ ପ୍ରତ୍ୟେକ ଯୋଜନାରେ ହିତାଧିକାରୀଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ରମ୍ପା ସରପଞ୍ଚ ମାନସ ଯେନା, ବୋଦୁଅ ସରପଞ୍ଚ ଦେବୀ ପ୍ରସାଦ ମିଶ୍ର, ମନ୍ଦାରୀ ସରପଞ୍ଚ ଧୀରେନ୍ଦ୍ର ଜେନା ପଞ୍ଚାୟତିରାଜ ଦିବସ ଉପରେ ମତବ୍ୟକ୍ତ ପ୍ରଦାନ କରିଥିଲେ l ଏହି ଅବସରରେ ବରୀ ବ୍ଳକର ୧୨୭ ଜଣ ହିତାଧିକାରୀଙ୍କ ମଧ୍ୟରୁ ୧୦ଜଣ ହିତାଧିକାରୀଙ୍କୁ ଆଜି ଅନ୍ତୋଦ୍ବୟ ଗୃହ ଯୋଜନାରେ ଚେକ୍ ପ୍ରଦାନ କରିଥିବା ବେଳେ ସେହିପରି ଜଣେ ହିତାଧିକାରୀଙ୍କୁ ୪ ମାସ ମଧ୍ୟରେ ଘର ତିଆରି କରିଥିବାରୁ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରଞ୍ଜିତ ଜେନା, ବ୍ଳକ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡା, ରାକେଶ କୁମାର ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ବିଭୁତି ଭୂଷଣ ପଣ୍ଡା,ବିପିସି ରୋଜାଲିସା ସାହୁ, ବ୍ଳକ ଜୀବିକା ସଂଯୋଜିକା ପ୍ରିୟଙ୍କା ଦାସ, ବ୍ଳକ ଜୀବିକା ସଂଯୋଜକ ଅମୀୟ ରଞ୍ଜନ ଦାସ, ବ୍ଳକ ପ୍ରୋଜେକ୍ଟ ମ୍ୟାନେଜର ଅନିରୁଦ୍ଧ ସାହୁଙ୍କ ସମେତ ପିଓ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l