Hot Posts

6/recent/ticker-posts

୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭ୍ୟାସଗତ ଠକ ଶଶଧର ପଣ୍ଡା ଗିରଫ

କଟକ, ୧୯/୦୭ ( କାହୁଁ ଚରଣ ବାରିକ ) : କଟକ ମଙ୍ଗଳାବାଗ ଥାନା କବ୍ଜାରେ ଅଭ୍ୟାସଗତ ଠକ ଶଶଧର ପଣ୍ଡା।ସିଡିଏ ରେ ଜମି ଦେବା ପାଇଁ ୨୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ରେ ତାଙ୍କୁ ଗିରଫ କରିଛି ପୋଲିସ।ସରକାରୀ ଚାକିରି ଓ ଜମି ଦେବା ନେଇ ବଡ଼ ଧରଣର ଠକେଇ ସାରା ଓଡ଼ିଶାର କରିଥିଲା ଠକ।ପୂର୍ବରୁ ସାରା ଓଡ଼ିଶାରେ ପ୍ରାୟ ୧୦ କୋଟି ରୁ ଉର୍ଦ୍ଧ ଟଙ୍କା ର ଠକେଇ ହୋଇଥିବା ଅନୁମାନ.ସାଲେପୁର ଅଞ୍ଚଳରେ ବୁଲି ସାହିତ୍ୟ ସଭା ଓ ସମାଜସେବୀ କହି ବୁଲୁଥିଲା ଏ ଠକ।ବିଭିନ୍ନ ଜିଲ୍ଲାର ଲୋକଙ୍କଠାରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକିଥିବା ଅଭିଯୋଗ। ଅଭିଯୁକ୍ତ ପୂର୍ବରୁ ମଧ୍ୟ ଜେଲ୍ ଯାଇଥିବା ବେଳେ ପୁଣି ଥରେ ଠକେଇ ଅଭିଯୋଗରେ ସିଡିଏ ଅଞ୍ଚଳରୁ ଗିରଫ। ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦ କୋଟି ରୁ ଉର୍ଦ୍ଧ ଟଙ୍କାର ଠକେଇ ଲୋକଙ୍କ ଠାରୁ କରିଥିବା ବେଳେ ଶେଷରେ ପୋଲିସ ହାତରେ ଧରା ପଡ଼ି ଜେଲ ଯାଇଛି। ଯଦି କେହି ଏହି ଶଶଧର ପଣ୍ଡା ଦ୍ୱାରା ଠକାମିର ଶିକାର ହୋଇଛନ୍ତି ତେବେ ତୁରନ୍ତ ମଙ୍ଗଳାବାଗ ଥାନା ପୋଲିସ ସହ ଯୋଗାଯୋଗ କରନ୍ତୁ।


କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ 
ନବଦୂତ News#