Hot Posts

6/recent/ticker-posts

ବିଧାୟକ ଙ୍କ ଦ୍ୱାରା ୯ କୋଟି ଟଙ୍କାର ଜନ କଲ୍ୟାଣ ଯୋଜନା ର ଭିତ୍ତି ପ୍ରସ୍ତର ସ୍ଥାପନ

ଉମରକୋଟ, ୨୩/୦୭ (ନକୁଲ ଭତରା) : ଆଜି ଝରୀଗାଁ ବିଧାୟକ ନରସିଂହ ଭତରା ଙ୍କ ଦ୍ୱାରା ଝରୀଗାଁ ନିର୍ବାଚନୀ ମଣ୍ଡଳୀ ର ଉମରକୋଟ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ୯ କୋଟି ରୁ ଉର୍ଦ୍ଧ ଜନ ହିତାକାରୀ କାର୍ଯ୍ୟକ୍ରମ ର ଶିଳାନ୍ୟାସ ଅନୁଷ୍ଠିତ ହେଇଯାଇଛି. ଆଜି ଏହି କାର୍ଯ୍ୟକ୍ରମ ରେ ବିଧାୟକ ପ୍ରଥମେ ପୁର୍ବ ସ୍ୱାଧୀନତା ସଂଗ୍ରାମୀ ତଥା ରାଜ ନେତା ରବି ସିଂ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ କର୍ମୀ ଙ୍କ ସହ ଫୁଲମାଳ ଦେଇ ସ୍ମୃତି ଚାରଣ କରିଥିଲେ. ପରେ ଗାଁ ଲୋକ ଓ ମାଆ ମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ପରେ ସଭା କାର୍ଯ୍ୟ ଆରମ୍ଭ କରି କଣ୍ଡାଗାଁ ମୁଖ୍ୟ ରାସ୍ତା ଠାରୁ ବିରାଶାଡୀ ଛକ ଠାରୁ ବାମିନି, ଅନ୍ୟପଟେ ଧାର୍ଲି ଠାରୁ ଛତିଶଗଡ ସୀମା ପର୍ଯ୍ୟନ୍ତ ଏବଂ ବଡଗାଁ ଠାରୁ ସୀମାନ୍ତ ବର୍ତ୍ତୀ ଛତିଶଗଡ ପର୍ଯ୍ୟନ୍ତ ରାସ୍ତା ର ଶିଳା ନ୍ୟାସ କରିଥିଲେ.. ଏହା ଦ୍ୱାରା ସାଧାରଣ ଜନତା ଙ୍କ ଜୀବନ ଯାପନ, ଗମନାଗମନ, ସ୍ୱାସ୍ଥ୍ୟ ସେବା, ଛାତ୍ର ଛାତ୍ରୀ ଙ୍କ ଶିକ୍ଷାର ଉନ୍ନତି ଭଳି ଅନେକ ସମସ୍ୟାର ପ୍ରଭାବିତ ହେଉଥିଲା। ଏହାକୁ ହୃଦୟଙ୍ଗମ କରି ଝରିଗାଁ ନିର୍ବାଚନ ମଣ୍ଡଳୀ ର ବିଧାୟକ ନରସିଂହ ଭତ୍ରାଙ୍କ ପ୍ରୟାସ ରେ ଏହି ସବୁ ସମସ୍ୟାର ସମାଧାନ ଆଜି ସଫଳ ହୋଇ ପାରିଛି। ସୂଚନା ଥାଉ ଦୁଇ ବର୍ଷ ପୂର୍ବରୁ ଝରୀଗାଁ ବିଧାୟକ ନରସିଂହ ଭତରା ନିଜ ନିର୍ବାବଚନୀ ମଣ୍ଡଳୀ ର ଶହେଟି ରାସ୍ତା ର ସୁଧାର ଓ ନୂତନ ପକ୍ରିୟା ପାଇଁ ଦେଇଥିଲେ।ଯେଉଁଥିରୁ ୮୦ ଟି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ମଞ୍ଜୁରୀ କରିଥିବା ନିଜେ ବିଧାୟକ ଓ ଉମେରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।ଏଥିରୁ ୨୦ ଟି ରାସ୍ତା ର ଟେଣ୍ଡେର ପକ୍ରିୟା କରଣ ପାଇଁ ଥିବା ବେଳେ ଆଜି ତିନୋଟି ର ଭିତି ପ୍ରସ୍ତର ସ୍ଥାପନ ହେଇଥିବା ଜଣା ପଡ଼ିଛି। ଯଦ୍ୱାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ଅନେକ ସମସ୍ୟା ରୁ ଅନେକ ଗ୍ରାମର ଲୋକମାନେ ଉପକୃତପାଇବେ।। ସଧାରଣ ଜନତା ଙ୍କ ଉପକୃତ ଲାଗି ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ତିନି ଗୋଟି ରାସ୍ତା ର ଶିଳାନ୍ୟାସ ଝରିଗାଁ ନିର୍ବାଚନ ମଣ୍ଡଳୀ ର ବିଧାୟକ ନର୍ସିଙ୍ଗ ଭତରାଙ୍କ ପ୍ରୟାସ ରେ ହୋଇ ପାରିଛି ବୋଲି ସ୍ଥାନୀୟ ନେତୃ ମଣ୍ଡଳୀ ପ୍ରକାଶ କରିଛନ୍ତି। ମୋ ଅଂଚଳ ର ଲୋକ ନ୍କ ପାଇଁ ସାମଗ୍ରିକ ବିକାଶ ର ସବୁ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ମାନ୍ୟବର ବିଧାୟକ ନରସିଂହ ଭତରା କହିଛନ୍ତି। ରାଜ୍ୟ ର ବିକାଶ ହେଉ କି ଆମ ଅଂଚଳ ର ପ୍ରଗତି ରେ ଆମେ ପୂର୍ବ ସଂକଳ୍ପ ରେ ଅଟଳ ଵୋଲି ବଜେପି ରାଜ୍ୟ ଉପସଭାପତି ରମେଶ ସାହୁ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଉପ ସଭାପତି ରମେଶ ସାହୁ, ଝରିଗାଁ ବିଧାୟକ ନରସିଂହ ଭତରା, ବିଧାୟକ ଏସଡିସି ଚେୟାରମେନ ବାସନ୍ତୀ ମାଝୀ, ପ୍ରତିନିଧି ସୋନା ମାଝୀ,, ସାଂସଦ ପ୍ରତନିଧି ଭୋଜନାଥ ଗଣ୍ଡ, ଖIଣ୍ଡା ମଣ୍ଡଳ ସଭାପତି ଉତ୍ତମ ହରିଜନ, ଭରଣ୍ଡି ମଣ୍ଡଳ ସଭାପତି ଇଶ୍ୱର ଭତରା, କୃଷ୍ଣ ଭତରା, ସମୀରଣ ରାୟ, ଭଗବାନ କଲIର, ଗ୍ରାମ୍ୟ ଉନ୍ନୟନ ବିଭIଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କୃଷ୍ଣ ପ୍ରିୟା ଗମାଙ୍ଗ ,ଯନ୍ତ୍ରୀ ହେଚ. ଟି.ବେସ୍ରା, ଓ ବିଜେପି ର ଶତାଧିକ କର୍ମୀ ଏବଂ ଗ୍ରାମ ବାସୀ ଉପସ୍ଥିତ ଥିଲେ.