ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ
ବରୀ, ୧୯/୦୭ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପନଚାୟତ ର ସର୍ବ ପୁରାତନ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ନବଭାରତୀ ସରକାରୀ ଉଚ୍ଚ ବିଦ୍ଯାଳୟ, ଭଳି ନୂଆଗାଁ ରେ ସରକାରଙ୍କ ପତ୍ରାଙ୍କ ନଂ ୭୦୬୩ ଅନୁଯାୟୀ ବିଦ୍ଯାଳୟର ଯୋଗଦାନ କରିଥିବା ନୂତନ ପ୍ରଧାନ ଶିକ୍ଷୟିତ୍ରୀ ସରସ୍ୱତୀ ସ୍ବାଇଁ ଙ୍କ ସଭାପତିତ୍ୱରେ ଶିକ୍ଷକ ,ଶିକ୍ଷୟିତ୍ରୀ ଓ ଛାତ୍ର ଓ ଛାତ୍ରୀ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଡକାଯାଇ ନୂତନ ଭାବରେ ବିଦ୍ଯାଳୟ ପରିଚାଳନା କମିଟି ଗଠନ କରାଯାଇଛି। ଉକ୍ତ ବୈଠକରେ ସର୍ବ ସମ୍ମତିକ୍ରମେ ଚିତ୍ତ ରଂଜନ ପରିଡା ସଭାପତି, ରଶ୍ମିତା ସାହୁ ଉପସଭାପତି ଭାବେ ଚୟନ କରାଯାଇଥିବା ସ୍ଥଳେ ଉପେନ୍ଦ୍ର ଦଳେଇ , ମାଗୁଣୀ ସାମଲ , ଜଗବନ୍ଧୁ ବାରିକ୍ , କବିତା ସ୍ବାଇଁ , ଅମର କୁମାର ସାହୁ, ମଧୁସ୍ମିତା ରାଉତ୍, ରଶ୍ମିତା ପଣ୍ଡା, ଗିତାଞ୍ଜଳୀ ମହାନ୍ତି, ଦେବସ୍ମିତା ସାହୁ, କୌସଲ୍ଯା ସାହୁ, ସାରଥି ସେଠୀ ଙ୍କୁ ଚୟନ କରାଯାଇଥିଲା। ଶେଷରେ ସଭାପତି ଶ୍ରୀମତୀ ସରସ୍ୱତୀ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ଯ ମାନଙ୍କୁ ସ୍ବାଗତ କିରିବା ସହ ଧନ୍ଯବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଉକ୍ତ କମିଟି ଗଠନରେ ବିଦ୍ଯାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।