Hot Posts

6/recent/ticker-posts

ଆଦର୍ଶ ଶିକ୍ଷକ ସୁଧୀର ଚନ୍ଦ୍ର କରଙ୍କ ସ୍ମୃତିଚାରଣ ସଭା

ବରୀ, ୨୦/୦୭ ( ରଂଜିତ ମହାନ୍ତି ) : ବରୀ ବ୍ଳକ ଭଅଁରା ପଞ୍ଚାୟତର ଆଦର୍ଶ ଶିକ୍ଷକ ସ୍ବର୍ଗତ ସୁଧୀର ଚନ୍ଦ୍ର କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସର ରେ ତାଙ୍କ ଭଅଁରାସ୍ଥିତ ବାସଭବନରେ ଠାରେ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାଃ ରାଜକିଶୋର ପଣ୍ଡା ଙ୍କ  ସଭାପତି ତ୍ୱ ରେ ଗୟାଧର ପଣ୍ଡା, ଶରତ ଚନ୍ଦ୍ର କର, ମହେଶ୍ବର ପଲାଇ, ଅକ୍ଷୟ କୁମାର ଷଡଙ୍ଗୀ, ଆନନ୍ଦ ଚନ୍ଦ୍ର ଜେନା, ଯତିକୃଷ୍ଣ ଓଝା, ନରେନ୍ଦ୍ର କୁମାର ପଣ୍ଡା, ସୀତାକାନ୍ତ ପଣ୍ଡା, ବିଷ୍ଣୁ ଚରଣ ଷଡଙ୍ଗୀ, ପୂର୍ଣ୍ଣଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ କର ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସେ ଏକାଧାରା ରେ ଜଣେ ଆଦର୍ଶ ଶିକ୍ଷକ,ସରଳ, ନିଷ୍ଠାପର, ଅମାୟିକବ୍ୟକ୍ତିତ୍ୱ, ଓ ସେ ଏକାଧାରରେ ଜଣେ ଭଲ ଚିତ୍ରକର, ଶିଳ୍ପୀ, କବି, ଲେଖକ, ଅଭିନେତା ଥିଲେ। ତାଙ୍କର କୃଷି, ମହୁଚାଷ ଉପରେ ମଧ୍ଯ ଭଲ ଜ୍ଞାନ ଥିଲା। ସେ ଜଣେ ସର୍ବଗୁଣସଂପନ୍ନ ମଣିଷ ଥିଲେ ବୋଲି ଯୋଗଦେଇଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ ଳ ନାତୁଣୀ ଦିବ୍ୟାନୀ କର ସ୍ମୃତି ଚାରଣ କରିଥିଲେ ଶେଷରେ ସୀତାକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।