ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା
ବରୀ, ୦୨/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ୍ ସ୍ୱାଇଁଖଣ୍ଡ ପଞ୍ଚାୟତ ସୁବର୍ଣ୍ଣେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରମଣି ବଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଡ଼କ୍ଟର ସୁଶାନ୍ତ କୁମାର ନାୟକ, ମୁଖ୍ୟଵକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ସାହିତ୍ୟକ ଗୁନ ଚରଣ ନାୟକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉପେନ୍ଦ୍ର ନାଥ ସାହୁ, ବସନ୍ତ କୁମାର ଜେନା, ସିଆରସିସି ନର୍ମଦା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହେଶ୍ୱର ମଲ୍ଲିକ, ଦାମୋଦର ସାମଲ, ବୃଷଭାନୁ ଜେନା, ତପନ କୁମାର ଜେନା, ସୁବୋଧ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ବଳ ଏକା ଧାରାରେ ବିଭିନ୍ନ ପ୍ରତିଭାର ଅଧିକାରୀ ଥିବା ପ୍ରକାଶ କରିବା ସହ ସେ ଜଣେ ସମୟାନୁବର୍ତ୍ତି ଶିକ୍ଷକ ଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶିକ୍ଷକ ଅଜୟ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ସିମିତା ରାଉତ ବିବରଣୀ ପାଠ କରିଥିଲେ ଶିକ୍ଷାବିତ ଗଙ୍ଗାଧର ପରିଡା, ନଟବର ଜେନା, ଶିଶିର କୁମାର ରାୟ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରମଣି ବଳଙ୍କୁ ବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷକଙ୍କ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା