ବର୍ଷା ଅଭାବରୁ ଚିନାବାଦମ ଚାଷ କ୍ଷତିଗ୍ରସ୍ତ
ବରୀ, ୨୪/୦୩ ( ରଂଜିତ ମହାନ୍ତି ) : ବନ୍ୟାଞ୍ଚଳ ବରୀ ରେ ୬୦% ଲୋକ ଚାଷ ଉପରେ ନିର୍ଭର କରି ପରିବାର ଚ ଳାଇ ଥିବା ବେଳେ ଚଳିତ ବର୍ଷ ଚିନାଵାଦାମ ଚାଷ କରିଥିଲେ ମଧ୍ୟ୍ୟ ବର୍ଷା ଅଭାବରୁ କ୍ଷତିଗ୍ରସ୍ତ ହେlଇଛି lଦୀର୍ଘ ଦିନ ହେବ ବର୍ଷା ନ ହେବା ଫଳରେ ଚାଷୀଟିଏ ଉଠାପାଣି ଉପରେ ନିର୍ଭର କରି ଵାଦାମ ବିହନ ଲଗାଇବା ଠାରୁ ଉପାଡିବା ପର୍ଯ୍ୟନ୍ତ ଉଠାପାଣି ଉପରେ ନିର୍ଭର କରିଛନ୍ତି l ବର୍ଷା ନ ହେବା ଫଳରେ ଜମି ରେ ହେକ୍ଟର ହେକ୍ଟର ଚିନାଵାଦାମ ଚାଷ କ୍ଷତିହେଇଛି l ଉତ୍ପାଦନ କମିଯିବା ଫଳରେ ଚାଷୀମାନେ ଵାଦାମ କୁ କମଦରରେ ବିକ୍ରୀ କରୁଛନ୍ତି l ବିହନ ପଇସା ଉଠିବନକି ନାହିଁ ଚିନ୍ତା ରେ ଚାଷୀ କ୍ଷେତ ରେ ଚିନାବାଦାମ ର ଉତ୍ପାଦନା କମିଯିବା ଫଳରେ ବହୁ ଚାଷୀ ଉଠାପାଣି ଉପରେ ନିର୍ଭର କରି ଵାଦାମ ଚାଷ ରେ ପାଣିମଡ଼ାଇ ଥିଲେ l ବହୁ ସ୍ଥାନରେ ଥିବା ଉଠାଜଳସେଚନ କାର୍ଯ୍ୟରେ ଲାଗୁନି l ଯାହା ଫଳରେ ଚିନବାଦାମ ଚାଷ ର ଉତ୍ପାଦନ କମିଛି l