ଦେଶୀ ବନ୍ଧୁକରେ ଯୁବକଙ୍କୁ ପଛପଟୁ ଆକ୍ରମଣ |ଆହତ ଯୁବକଙ୍କୁ ଜିଲ୍ଲା ମେଡିକାଲଙ୍କୁ ସ୍ଥାନାନ୍ତର |
ଝରିଗାଁ, ୨୨/୦୩ (ନକୁଳ ଭତ୍ରା) : ଏକ ଦେଶୀ ବନ୍ଧୁକରେ ଜଣେ ଯୁବକଙ୍କୁ ପଛପଟୁ ଆକ୍ରମଣ କରିବା ଯୋଗୁଁ ଯୁବକଙ୍କୁ ଜିଲ୍ଲା ଚିକିତ୍ସାଲୟଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ଥାନାରେ ଏତଲା ଦିଆଯାଇଛି | ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚକଲାପଦର ପଂଚାୟତ ଅନ୍ତର୍ଗତ ଡୋକରିକୋଟ(କୁସୁମ ବାହାଲ )ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା |ସୂଚନା ପ୍ରକାରେ ଡୋକରିକୋଟ(ଏକାମ୍ବା )ଗ୍ରାମ ଗବରୁ ଶବରଙ୍କ ପୁଅ ବିଷମ ଶବର କୁସୁମ ବାହାଲ ଗ୍ରାମରେ ଆସି ମଦ ପିଇ ଲୋକଙ୍କ ସହିତ ଝଗଡା କରୁଥିଲା |ଏ ଦୃଶ୍ୟ ଦେଖି ଗ୍ରାମର ଚନ୍ଦ୍ର ଯାନୀଙ୍କ ସାନ ଭାଇ ପାଣ୍ଡୁ ଯାନୀ (30)ଓ ବନ୍ଧୁ ଯାନୀ ବିଷମ ଶବରଙ୍କୁ ତାର ନିଜ ଗାଁ ଏକାମ୍ବା ଗ୍ରାମ ପାଖରେ ନେଇ ଛାଡି ଆସିଥିଲେ |ସେଠାରୁ ଫେରି ପାଣ୍ଡୁ ଓ ବନ୍ଧୁ ଗ୍ରାମର ରାମ ଯାନୀଙ୍କ ଘର ପାଖରେ ହିଁ ଛିଡା ହୋଇ ରାମ ସହିତ କଥାବାର୍ତା କରୁଥିଲେ |ରାତି ପ୍ରାୟ 8ଘଣ୍ଟା ସମୟରେ ବିଷମ ଶବର ଏକ ବନ୍ଧୁକ ସାଙ୍ଗରେ ଧରି କୁସୁମ ବାହାଲ ଗ୍ରାମକୁ ପୁଣିଥରେ ଆସିଥିଲା ଓ ଠିଆ ରହିଥିବା ପାଣ୍ଡୁ ଯାନୀଙ୍କୁ ପଛପଟୁ ଗୁଳି ଫୁଟେଇ ଦେଇ ସଂଗେ ସଂଗେ ଦୌଡ଼ି ପଳେଇଥିଲା |ବନ୍ଧୁକ ରୁ ବାହାରିଥିବା ଦୁଇଟା ଗୁଳି ପାଣ୍ଡୁର ଅଣ୍ଟା ଓ ପିଛାରେ ଲାଗିଥିଲା |ପାଣ୍ଡୁ ଗୁଳିମାଡରେ ସେଠାରେ ଟଳି ପଡିଥିଲା |ସଂଗେ ସଂଗେ ଆମ୍ବୁଲାନ୍ସ ଡାକି ପାଣ୍ଡୁକୁ ଝରିଗାଁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା |ହେଲେ ପାଣ୍ଡୁର ଅବସ୍ଥା ଗୁରୁତର ଥିବା ହେତୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି |ଏନେଇ ଆହତଙ୍କ ବଡଭାଇ ଚନ୍ଦ୍ର ଯାନୀ (40)ଝରିଗାଁ ଥାନାରେ ଏକ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଚଳେଇଥିବା ସୂଚନା ମିଳିଛି |