ଜନଜାତି ସୁରକ୍ଷା ମଂଚର ଦିଲ୍ଲୀ ଚାଲ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ।
ଜୟପୁର, ୨୨/୦୩ ( ଏ. ଭେଙ୍କଟ ରାଓ ) : ସ୍ଥାନୀୟ ବନବାସୀ କଲ୍ୟାଣ ଆଶ୍ରମ କାର୍ଯ୍ୟାଳୟ ଠାରେ କୋରାପୁଟ ଜିଲ୍ଲା ଜନଜାତି ସୁରକ୍ଷା ମଂଚର ଏକ ବୈଠକ ଜିଲ୍ଲା ସଭାପତି ବାଲାଜି ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।ବନବାସୀ କଲ୍ୟାଣ ଆଶ୍ରମ ଯୁବା ଆୟାମ ପ୍ରାନ୍ତ ସଂଯୋଜକ ରତିକାନ୍ତ ସାହୁ ଦିଲ୍ଲୀ ଚାଲ ଅଭିଯାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ବ୍ୟବସ୍ଥା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ।ଜନଜାତି ମାନଙ୍କ ମୌଳିକ ସ୍ୱାର୍ଥକୁ ସୁରକ୍ଷା ଦେବା ନିମନ୍ତେ, ସମ୍ବିଧାନର ୩୪୧ ଧାରାକୁ କଡାକଡି ପାଳନ ନିମନ୍ତେ ତଥା ମୂଳ ଜନଜାତିର ଲୋକଙ୍କୁ ଧର୍ମାନ୍ତରିତ ସୁବିଧାବାଦୀ ଜନଜାତିଙ୍କ ସ୍ୱାର୍ଥକବଳରୁ ମୁକ୍ତି ନିମନ୍ତେ ଅଖିଳ ଭାରତୀୟ ଜନଜାତି ସୁରକ୍ଷା ମଂଚ ତରଫରୁ ମଇ ୨୪ ତାରିଖ ଦିନ ଦିଲ୍ଲୀରେ ପ୍ରାୟ ଦୁଇ ଲକ୍ଷ ଲୋକଙ୍କ ସମାବେଶ ହେବ ବୋଲି ବନବାସୀ କଲ୍ୟାଣ ଆଶ୍ରମ ଯୁବା ଆୟାମ ବିଭାଗର ସହପ୍ରାନ୍ତ ସଂଯୋଜକ ଲଷ୍ମୀକାନ୍ତ ମିଶ୍ର ସୂଚିତ କରାଇଥିଲେ।କୋରାପୁଟ ଜିଲ୍ଲାରୁ ୧୦୦ ଜଣରୁ ଉର୍ଦ୍ଧ ତଥା ଅବିଭକ୍ତ କୋରାପୁଟଜିଲ୍ଲାରୁ ୨୫୦ ଜଣରୁ ଉର୍ଦ୍ଧ ଦିଲ୍ଲୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ସଂଯୋଜକ ଚିତ୍ରସେନ ଭୁମିୟା ପ୍ରକାଶ କରିଥିଲେ।ସହ ସଂଯୋଜକ ସଦା ଭୂମିଆଁ ପରିଚୟ ପ୍ରଦାନ କରିଥିବାବେଳେ ପ୍ରଫୁଲ୍ଲ ବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।ଦହଣା ଘିଉରିଆ,ଦ୍ରୌପଦୀ ନାୟକ,ଦୁର୍ଲ୍ଲଭ ମାଳି ଏବଂ ବିକାଶ ଚାଲାଣ ପ୍ରମୁଖ ଜନଜାତି କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।