ମୋହନଗିରି ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ, ସମ୍ପାଦକ ହେମନ୍ତ ସାହୁ ଙ୍କୁ ସମ୍ବର୍ଦ୍ଧନା
କର୍ଲାମୁଣ୍ଡା, ୨୪/୦୩ (ସୁଶାନ୍ତ ରଣା) : ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ କ୍ରମରେ ଓଡ଼ିଶାର ୩୦ ଜିଲ୍ଲା କୁ ୩୦ ଦିନ ରେ ପରିକ୍ରମା କରି ଫେରିଥିବା ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ ଙ୍କୁ ମୋହନ ଗିରି ର ବିଭିନ୍ନ ଅନୁଷ୍ଠାନ ତରଫରୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି। ଅବସର ପ୍ରାପ୍ତ ପୁଲିସ ଅଧିକାରୀ ତଥା ବାବା ଧବଳେଶ୍ୱର ଶିବ ମନ୍ଦିର ପରିଚାଳନା କମିଟି ର ସଭାପତି ବୈଦ୍ୟ ନାରାୟଣ ଭୋଇ ଙ୍କ ଅଧ୍ୟକ୍ଷତା ରେ ମନ୍ଦିର ପରିସର ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ରାଜା ତଥା ମ.ରାମପୁର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଯୋଗ ଦେଇଥିଲେ। ଶ୍ରୀ ସାହୁ ଙ୍କୁ ଧବଳେଶ୍ୱର ମନ୍ଦିର ପରିଚାଳନା କମିଟି, ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ, କ୍ରିୟା ଯୋଗ ଏକାଡେମୀ, ସୈନିକ ସ୍କୁଲ ମୋହନଗିରି ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ପରେ ଏକକ ଅଭି ଯାତ୍ରୀ ଶ୍ରୀ ସାହୁ ନିଜର ଅନୁଭବ ଓ ଅନୁଭୁତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କବି ଲିଙ୍ଗ ରାଜ୍ ବିଶ୍ଵାଳ, କ୍ରିୟା ଯୋଗ ଏକାଡେମୀ ର ସଭାପତି ବିଶ୍ଵନାଥ ହୋତା, ଅଧ୍ୟାପକ ଅଚ୍ୟୁତ ମହାଖୁଡ, ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ ପ୍ରମୁଖ, ବାନପାଳ ବିଶ୍ୱଜିତ୍ ଠାକୁର ଏହି ଅଭିଯାନ ପାଇଁ ସାଧୁବାଦ୍ ଜ୍ଞାପନ କରିଥିଲେ। ଏହି ଅବସର ରେ କ୍ରିୟା ଯୋଗ ଏକାଡେମୀ ର ସମ୍ପାଦକ ଶୁକଦେବ ସାହୁ ସ୍ବାଗତ ଅଭିଭାଷଣ ଓ ଶିକ୍ଷକ ନେତ୍ରାନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଦିବାକର ସାହୁ ଓ ଅନ୍ୟ ମାନେ ସହଯୋଗ କରିଥିଲେ।