Hot Posts

6/recent/ticker-posts

ମା' ଡୋକରୀ ଲୋକ ମହୋତ୍ସବ ୨ୟ ସନ୍ଧ୍ଯା, "ମେଣ୍ଢା ଲଢେଇ" ଦେଖିବାକୁ ପ୍ରବଳ ଭିଡ଼

କର୍ଲାମୁଣ୍ଡା,  ୨୨/୩ ( ସୁଶାନ୍ତ ରଣା ) :-ମାଆ ଡୋକରୀ ଲୋକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଝୁମର ନୃତ୍ୟ ରେ ଝୁମିଲେ ଦର୍ଶକ ଏବଂ ଦିନବେଳେ ଅନୁଷ୍ଠିତ ମେଣ୍ଢା ଲଢେଇ ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଟାପରେଙ୍ଗ ଗଡର ଇଷ୍ଟ ଦେବୀ ମା ଡୋକରୀ ଙ୍କ କିମ୍ବଦନ୍ତୀ ଓ ଗାଥା ବହନ କରୁଥିବା ଏହି ଉତ୍ସବ ଆମକୁ ଏକତା ସୂତ୍ର ରେ ବାନ୍ଧି ରଖିବା ପାଇଁ ଏକ ମହନୀୟ ଉଦ୍ୟମ ବୋଲି ୨ୟ ବର୍ଷ ମାଆ ଡୋକରୀ ଲୋକ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟା ର ସାଂସ୍କୃତିକ ସଭା ରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜକ କମିଟି ର କର୍ମକର୍ତ୍ତା ଅନନ୍ତ ଗୋପାଳ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ପୁଲିସ ଅଧିକାରୀ ତଥା ସମାଜ ସେବୀ ବୈଦ୍ୟ ନାରାୟଣ ଭୋଇ, ମୁଖ୍ୟ ବକ୍ତା ସାହିତ୍ୟିକ ପଦ୍ମ ଲୋଚନ ମିଶ୍ର, ସମ୍ମାନୀତ ଅତିଥି ବରିଷ୍ଠ ଆଇନଜୀବୀ ହିତେନ୍ଦ୍ର କୁମାର ମହାନ୍ତି, ବିଜେଡି ବ୍ଲକ୍ ସଭାପତି ସତ୍ୟ ନାରାୟଣ ସାହୁ, ଆଇନଜୀବୀ ବିଜୟ ମହାଖୁଡ, ଘାସିରାମ ଧରୁଆ,ସମାଜ ସେବୀ ଯୋଗେନ୍ଦ୍ର ସେନାପତି, ଜଗତ ରାମ ନାଏକ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳ ରେ ଏହି ପ୍ରୟାସ କୁ ଭୂୟସୀ ପ୍ରଶଂସା କରିଥିଲେ । ଶିକ୍ଷକ ବିଶ୍ବମ୍ବର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ମହୋତ୍ସବ କମିଟିର ସମ୍ପାଦକ ହିମାଂଶୁ କୁମୁରା ସ୍ବାଗତ ଅଭିଭାଷଣ ଓ ସଭାପତି ଯୋଗେନ୍ଦ୍ର ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ଜିଲ୍ଲା ବାହାରୁ ଆସିଥିବା କଳାକାର ମାନେ ଝୁମର ନୃତ୍ୟ, ସାଂସ୍କୃତିକ ଦଳ ପକ୍ଷରୁ ଲୋକ ନୃତ୍ୟ ,ଲୋକ ନାଟକ ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କମିଟି ର ସଦସ୍ୟ ମାନେ ସହଯୋଗ କରିଥିଲେ।