ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଘାଟି ଅଞ୍ଚଳ ବିକାଶ ପରିଷଦ ନୂତନ ବ୍ଲକ୍ ସ୍ଥାପନ କରିବାକୁ ବୈଠକ ।
ରାୟଗଡ଼ା, ୨୪/୦୩ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା ସଦର ବ୍ଳକ୍ ନାଗାବଳୀ ଉପକୂଳସ୍ଥ ଘାଟି ଅଞ୍ଚଳ ଆଜି ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବ୍ୟାଙ୍କ, ଭଳି ଅନେକ ମୌଳିକ ସମସ୍ୟାରେ ଜର୍ଜରିତ ହୋଇ ରହିଛନ୍ତି । ଏମାନଙ୍କ ସମସ୍ୟାର ସାମଧାନ ପାଇଁ ସ୍ଥାନୀୟ ପ୍ରଶାସନ କିମ୍ବା ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଆଜି ପିପାଲଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଣ୍ଡାମ ହାଟପଦା ଠାରେ ଦଳବଳ ନିର୍ବିଶେଷରେ ସମାଜ ଓ ଅଞ୍ଚଳର ଉନ୍ନତି ଏବଂ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ଦୁର୍ଗାପାଡୁ - ମୀରାବାଲି - ପିପାଲଗୁଡା- ଡ଼ାଙ୍ଗଲେଡି- କାରୁବାଇ- ବାଇସିଙ୍ଗ- ବୈରାଗୀ ହାଲୁଆ - ବଡ ଆଲୁବାଡି- କୁଲି ଓ ମାଲିଗାଁ ୧୦ଟି ପଞ୍ଚାୟତର ଶିକ୍ଷିତ, ବୁଦ୍ଧିଜୀବୀ, ଭଦ୍ରବ୍ୟକ୍ତି ଓ ଲୋକପ୍ରତିନିଧି ଙ୍କ ଉପସ୍ଥିତିରେ ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ନାଗାବାଳୀ ଉପକୂଳସ୍ଥ ଘାଟି ଅଞ୍ଚଳ ସହ ଯୋଡ଼ିତ ୧୦ ଗୋଟି ପଞ୍ଚାୟତକୁ ନେଇ ପିପାଲଗୁଡା ଠାରେ ଏକ ପଞ୍ଚାୟତ ସମିତି ଗଠନ । ଅଞ୍ଚଳର ବିକାଶ ପାଇଁ ପିପାଲଗୁଡା ଠାରେ ଏକ ନୂତନ ତହସିଲ ଗଠନ । ଲୋକଙ୍କ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଜାଙ୍ଗିଲି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୂପାନ୍ତରି କରଣ । ଶିକ୍ଷାର ବିକାଶ ପାଇଁ ପେନିକଣାରେ ଥିବା ଉଚ୍ଚ ବିଦ୍ୟାଳୟକୁ ଏକ ନୂତନ ମହା ବିଦ୍ୟାଳୟରେ ରୂପାନ୍ତରି କାରଣ । ଲୋକଙ୍କ ଶାନ୍ତି-ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ତା ପାଇଁ ପିପାଲଗୁଡା ଠାରେ ଏକ ନୂତନ ପୋଲିସ ଥାନାରେ ସ୍ଥାପନ । ଲୋକଙ୍କ ଆର୍ଥିକ କାରବାର ସୁବିଧା ନିମନ୍ତେ ପିପାଲଗୁଡା ଠାରେ ଏକ ଜାତୀୟ ସ୍ତରୀୟ ବ୍ୟାଙ୍କ ସ୍ଥାପନ । ଲୋକଙ୍କ ନ୍ୟାୟ ବ୍ୟବସ୍ତାର ସୁବିଧାକରଣ ନିମନ୍ତେ ପିପାଲଗୁଡା ଠାରେ ଏକ ନୂତନ ପ୍ରଥମ ଶ୍ରେଣୀର ନ୍ୟାୟଳୟ ସ୍ଥାପନ । କୁଲି ରୁ ସାନ ସାନ୍ଦୁବାଡ଼ି ପର୍ଯ୍ୟନ୍ତ ଯୋଡ଼ିତ ଜାତୀୟ ରାଜପଥର ଉନ୍ନତି କରଣ । ସେହିପରି ଜେମାଦେଇପେଣ୍ଠ ରୁ ପିପାଲଗୁଡା ଏବଂ ଚେକାଗୁଡ଼ା ରୁ ପିପାଲଗୁଡା ପର୍ଯ୍ୟନ୍ତ ରାସ୍ତାର ବିକାଶ କରଣ । ଦୁର୍ଗାପାଡୁରେ ଅବସ୍ଥିତ ଜଳ ପ୍ରପାତର ସୌନ୍ଦର୍ଯ୍ୟରେ ବୃଦ୍ଧି କରଣ । ଯୁବପ୍ରତିବାଙ୍କ କ୍ରୀଡାର ବିକାଶ ନିମନ୍ତେ ବାଲୁମତି ଠାରେ ଏକ ସୁନ୍ଦର ଷ୍ଟାଡିଅମର ନିର୍ମାଣ । ଏ ଦିଗରେ ସରକାର ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସାମଧାନ ନ କରନ୍ତି ତାହା ହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ତଥା କାର୍ଯ୍ୟକାରିଣୀ ସଭାପତି ଶ୍ରୀ ଗଙ୍ଗାଧର ପୁଆଲା ନିଜ ପ୍ରତିକ୍ରିୟାରେ କହିଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ପୁଆଲା ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଅନ୍ୟ ମାନେ ଘାଟି ଅଞ୍ଚଳ ବିକାଶ ପରିଷଦ ସଭାପତି ଗୋପୀନାଥ ସାରକା, ସମ୍ପାଦକ ଶଙ୍କର ଜିଲ୍ଲାକାରା, ଉପ ସଭାପତି ଅଶୋକ ପୁଆଲା, ସତ୍ୟବାନ ମାଣ୍ଡାଙ୍ଗି, ସୁବାସ ବିଡ଼ିକା, ପ୍ରତାପ ପୁଆଲା ଙ୍କ ସମତେ ଅନ୍ୟ ମାନେ ଉପସ୍ଥିତ ରହି ନିଜର ବକ୍ତବ୍ୟ ଓ ମତାମତ ଦେଇ ବୈଠକ ପରିଚାଳନା କରିଥିଲେ ।