Hot Posts

6/recent/ticker-posts

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ l

ନବରଙ୍ଗପୁର, ୩୧/୧ ( ନକୁଳ ଭତ୍ରା ) : ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବୋରିପଦର ଆଶ୍ରମ ବିଦ୍ୟାଳୟ ପରିସରରେ ଡାବୁଗାଁ ଅଗ୍ନିଶମ ସଂସ୍ଥା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ମକ୍ ଡ୍ରିଲ ପ୍ରଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ । ଏଥିରେ ଅଗ୍ନିଶମ ଅଧକାରୀ ହିମାଂଶୁ ଶେଖର ନାୟକ, ଅଗ୍ନିଯୋଧ୍ୟା ମାନସିଂ ଶବର, ମଧୁସୂଦନ ବଗର୍ତ୍ତୀ, କୈଳାସ ଭୂୟା, ସତ୍ୟପ୍ରିୟ ପ୍ରଧାନ ଓ ଅଗ୍ନିଯୋଧ୍ୟା ଡ୍ରାଇଭର ପ୍ରସନ୍ନ କୁମାର ବିଶ୍ୱାଳ ପ୍ରମୁଖ ଙ୍କ ଦ୍ୱାରା ଗଭୀର ଜଳ ମଧ୍ୟରୁ ବିପନ୍ନ ବ୍ୟକ୍ତି ଙ୍କୁ ଉଦ୍ଧାର କରିବା କୌଶଳ, ରାସ୍ତାରେ ଗଛ ପଡି ଥିଲେ ଯନ୍ତ୍ର ସାହାଯ୍ୟରେ ଗଛ କାଟିବା, ଗ୍ୟାସ ଜଳୁଥିଲେ ଗ୍ୟାସ କୁ ଲିଭାଇବା କୌଶଳ, ତୈଳ ରେ ନିଆଁ ଲାଗି ଥିଲେ ନିଆଁ କୁ ଲିଭାଇବା ପ୍ରଣାଳୀ, ଘରେ ନିଆଁ ଲାଗି ଥିଲେ ନିଆଁକୁ ପାଣି ପାଇପ ଦ୍ୱାରା ଲିଭାଇବା ପ୍ରଣାଳୀ, ଅଳ୍ପ ନିଆଁ ଲାଗି ଥିଲେ ନିଆଁ କୁ ଆୟତ୍ତ କରିବା ପ୍ରଣାଳୀ, ଛାତ ଉପରେ ସଂଜ୍ଞାହୀନ ବ୍ୟକ୍ତିକୁ କିପରି ଉଦ୍ଧାର କରିବା କୌଶଳ, ବନ୍ୟା, ବାତ୍ୟା, ଦୁର୍ଘଟଣା ଘଟି ଥିବା ସ୍ଥାନ ମାନଙ୍କରୁ ସହଜ ଉପାୟ ରେ ଉଦ୍ଧାର କରିବା କୌଶଳ ମାନ ପ୍ରଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାପକ ଭାବେ ବୁଝାଇ ଥିଲେ । ବୋରିପଦର ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ବିଜୟିନୀ ବରାଡ, ଶିକ୍ଷୟତ୍ରୀ ଲଚ୍ଚନଦେଇ ମାଝି, କାଞ୍ଚନପ୍ରଭା ନାୟକ, ଲୀନା ପଟ୍ଟନାୟକ, ଶିକ୍ଷକ ଦୁର୍ଜନ ଭତ୍ରା ଓ ଲକ୍ଷ୍ମୀକାନ୍ତ ପଡିଆ ପ୍ରମୁଖ ଉପସ୍ଥିତ ଥିଲେ | ଏଭଳି ସଚେତନ କାର୍ଯ୍ୟକ୍ରମ ପ୍ରତ୍ୟେକ ବିଦ୍ୟାଳୟରେ କରାଗଲେ ସମସ୍ତ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସାହସ ସହ ପରୋପକାର କରି ଧନ ଜୀବନ ରକ୍ଷା କରି ପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି |