Hot Posts

6/recent/ticker-posts

କୁଶୁର୍ଲା - ସିଲେଟପଡା ରାସ୍ତା ଶୋଚନୀୟ କୁମ୍ଭ କର୍ଣ୍ଣ ନିଦ୍ରାରେ ଜିଲ୍ଲା ପ୍ରଶାସନ ଜନସାଧାରଣ ଗୁହାରି କରିବେ କାହାକୁ ?

କର୍ଲାମୁଣ୍ଡା, ୧୮/୦୩ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଂଚାୟତ ସିଲେଟପଡା ଠାରୁ କୁଶୁର୍ଲା ହରଗୋରି ମନ୍ଦିର ଛକ ୫୯ ଜାତୀୟ ରାଜପଥ ଏନ ଏଚ କୁ ସଂଯୋଗ କରୁଥିବା ସିଲେଟପଡା ରାସ୍ତା ମରଣଜନ୍ତା ପାଲଟିଛି । ୨୦୧୫ ମସିହା ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମରାମତି କାର୍ଯ୍ୟ କିମ୍ବା ନୂତନ କାର୍ଯ୍ୟ ହୋଇପାରି ନ ଥିବାରୁ ତିନି ବର୍ଷ ଧରି ରାସ୍ତା ବିପଦ ସଙ୍କୁଳ ଅବସ୍ତାରେ ଗତି କରୁଛି। ବର୍ଷା ମାସରେ ବର୍ଷା ଯୋଗୁ ବିପଦ ଅବସ୍ଥା ରେ ରହିଛି। ଉକ୍ତ ରାସ୍ତା ରେ ଯାତାୟାତ କରୁଥିବା ଛାତ୍ର ଛାତ୍ରୀ ଏବଂ ଆଖ ପାଖ ଅଂଚଳ ଗାଁ ଲୋକେ ପ୍ରତି ଦିନ ଦୁର୍ଘଟଣା ଶିକାର ହେଉଥିବା ସାମାଜିକ କର୍ମୀ ଚୈତନ୍ୟ ସାହୁ, ଦ୍ରୋଣ ସାହୁ, ଜିଲ୍ଲାପାଳ ଓ ବିଡ଼ିଓ ଙ୍କୁ ବାରମ୍ବାର ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଗତ ଫେବୃଆରୀ ମାସରେ କାମ ଆରମ୍ଭ କରାଯିବ ବୋଲି ଜେଇ କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ହୋଇ ନାହିଁ। ମାର୍ଚ୍ଚ ମାସ ସରିବାକୁ ବସିଲାଣି କିନ୍ତୁ କେବେ କାମ ଆରମ୍ଭ ବୋଲି ସାମାଜିକ କର୍ମୀ ଚୈତନ୍ୟ ସାହୁ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଗତ ୨୦୨୩ ମସିହା ଅଗଷ୍ଟ ମାସରେ ଜିଲ୍ଲା ପରିଷଦ ସୁରେଶ ଚୌଧାରୀ ତତ୍କାଳୀନ ୫-ଟି ସଚିବଙ୍କୁ ଲିଖିତ ଦାବିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ଦେଶ କ୍ରମେ କେସିଙ୍ଗା ଆରଡ଼ି ଅଫିସର ଅଧିକ୍ଷଣ ଯନ୍ତ୍ରୀ ମୁଖ୍ୟ ଯନ୍ତ୍ରୀ ଭୁବନେ ଶବରଙ୍କୁ ଏକ ଚିଠି ଲେଖି ଏହାର ମରାମତି ପାଇଁ ଏକ କୋଟି ଷାଠିଏ ଲକ୍ଷ୍ୟ ଟଙ୍କାର ଆବଶ୍ୟକତା ଥିବା ର ଉଲେଖ୍ୟ କରିଥିଲେ । କିନ୍ତୁ ଆଜି ଯାଏ କୌଣସି କାର୍ଯ୍ୟ ହୋଇପାରୁନାହିଁ। ଏଥିପ୍ରତି ପ୍ରଶାସନ କୁ ଅଂଚଳ ବାସୀ ଅନୁରୋଧ କରିଛନ୍ତି, ଏହି କାମ ଶୀଘ୍ର ନ ହେଲେ ଜନ ସାଧାରଣ ରାଜ ରାସ୍ତା କୁ ଆସିବୁ ବୋଲି ସାମାଜିକ କର୍ମୀ ଗୋପୀନାଥ ସାହୁ, ଚୈତନ୍ୟ ସାହୁ, ଦ୍ରୋଣ ସାହୁ, ନୀଳାମ୍ବର ସାହୁ, ଜନ୍ମ୍ କମ୍ପ, ତରୁଣୀ ସାହୁ , ନୀଳାମ୍ବର ସାହୁ, ହୀରାମଣି ସାହୁ, ଗଜାନନ ଯୁବକ ସଂଘର ସମ୍ପାଦକ ତଥା ସମାଜସେବୀ ଅଶୋକ ସାହୁ, ତପିନ୍ଦ୍ର ସାହୁ ପ୍ରମୁଖ ଦାବି କରିଛନ୍ତି । ଯଦି ତୁରନ୍ତ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବ ବୋଲି ଚେତାବନୀ ଦେଇଛନ୍ତି ।