Hot Posts

6/recent/ticker-posts

ସରସ୍ୱତୀ ଭସାଣୀ ନେଇ ତୁମୁଳ କାଣ୍ଡ, ମାମଲା ପହଞ୍ଚିଛି ଥାନାରେ।

ବରୀ, ୩୧/୦୧ ( ରଂଜିତ ମହାନ୍ତି ) : ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଅନ୍ୟାସପୁର ଠାରେ ସରସ୍ଵତୀ ପୂଜା ଭସାଣୀ କୁ ନେଇ ବିବାଦ ଲାଗିଥିଲା।ବିବାଦ ଉଗ୍ରରୂପ ନେଇ ମଣ୍ଟୁ ଦାସ ନାମକ ଯୁବକ ଙ୍କ ସମେତ ଗ୍ରାମର ଅନ୍ୟ ୪ରୁ୫ ଜଣ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ମୁତାବକ ସେମାନେ ପ୍ରବଳ ମଦ୍ୟ ପାନ କରି ଅସିଳ ଭାଷାରେ ଗାଳଗୁଲଜ କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବରୀ-ରାମଚନ୍ଦ୍ରପୁର ଥାନାରେ ଲିଖିତ ଭାବେ ତିନୋଟି ପୃଥକ୍ ପୃଥକ୍ ଏତଲା ଦେଇଛନ୍ତି।ଏହି ଘଟଣା ଗତ ୨୬ତାରିଖ ରାତିରେ ଘଟିଥିବାବେଳେ ଘଟଣାକୁ ଦୀର୍ଘ ୪ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ର କାର୍ଯ୍ୟାନୁଷ୍ଠାନ ସୁନ। ଏହି ଘଟଣାର ମୁଖ୍ୟ ମାଷ୍ଟର ମାଇଣ୍ଡ କୁହାଯାଉଥିବା ମଣ୍ଟୁ ଦାସ ସେମାନଙ୍କୁ ଜୀବନରୁ ମାରିଦେବା କୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ମଣ୍ଟୁ ଦାସ ନାମରେ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇ ଆସୁଛି। ନିକଟରେ କାଇପଡା ରାଜସ୍ବ ନୀରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ମଦ୍ୟପାନ କରିଥିବା ର ଭିଡ଼ିଓ ସାମାଜିକ ଗଣ ମାଧ୍ୟମର ଘୁରି ବୁଲୁଥିଲା।ତେବେ ଦେଖି ନିଅନ୍ତୁ ଏହି ଭିଡିଓ ଟି କୁ । ସେପଟେ ଏହି ଘଟଣା କୁ ନେଇ ବରୀ ପୋଲିସ ର ଭୂମିକାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି। ଯଦି ଏମାନଙ୍କୁ ନ୍ୟାୟ ନ ମିଳେ ତେବେ ଏସପି ଅଫିସକୁ ଯିବାପାଇଁ ଅଭିଯୋଗକାରି ଚେତାବନୀ ଦେଇଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ବରୀ ପୋଲିସ ଏହି ଘଟଣାରେ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।