ଗୋଟିଏ ପ୍ରାଚେରୀ ଦୁଇଟି ସୂଚନା ଫଳକ ଲେଖା ହେଇଛି ; ସରକାରୀ ଅର୍ଥ ଆତ୍ମସାତ କରିବାକୁ ଉଦ୍ୟମ
ଝରିଗାଁ, ୧୮/୦୩ ( ନକୁଳ ଭତ୍ରା ) : ସରକାର ଗୋଟିଏ କାମରେ ଗୋଟିଏ ସୂଚନା ଫଳକ ଲେଖିବା ପାଇଁ ନିର୍ଦ୍ଧିଷ୍ଟ ନିୟମ ଜାରି କରିଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧମନାଗୁଡ଼ା ପଞ୍ଚାୟତ ଏକାମ୍ବା କ ବିଦ୍ୟାଳୟରେ । ବିଦ୍ୟାଳୟ ପାଚେରୀ ରେ ଦୁଇଟି କାମର ସୂଚନା ଫଳକ ଲେଖା ଯାଇଥିବାର ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ 5fc sfc 25/26 ଆର୍ଥିକ ବର୍ଷ ୨୦୨୫-୨୦୨୬ ମସିହାରେ ଏକାମ୍ବା କ ବିଦ୍ୟାଳୟ ର ପ୍ରIଚେରୀ ନିର୍ମାଣ ପାଇଁ ଅଟକଳ ମୂଲ୍ୟ 3. ଲକ୍ଷ 50 ହଜାର ଟଙ୍କା ରହିଛି ।ଓ ସୁରକ୍ଷା ପାଚେରୀ ନିର୍ମାଣ ଏକାମ୍ବା କ ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଆର୍ଥିକ ବର୍ଷ 24/25 ଅଟକଳ ମୂଲ୍ୟ 1ଲକ୍ଷ୍ୟ 50 ହଜାର ରହିଛି ତେବେ ଏହି ଦୁଇଟି କାର୍ଯ୍ୟ ଗୋଟିଏ ପାଚେରୀ ରେ ନିର୍ମାଣ ହୋଇଥିବା ଆଗପଛ କରି ସୂଚନା ଫଳକ ପାଚେରୀ ଲେଖା ଯାଇଛି । ଦୁଇଟି କାମ ଗୋଟିଏ ସ୍ଥାନରେ ହୋଇଛି ଯଦି ଆଗରୁ ସୂଚନା ଫଳକ ଲାଗିବା କଥା କିନ୍ତୁ ଗୋଟିଏ ପାଚେରୀରେ ଦୁଇଟି ସୂଚନା ଫଳକ ରହିଛି । ଗୋଟିଏ କାମ ଜାଗାରେ ଦୁଇଟି ଫଳକ ଲଗେଇ, ବିଲ କରି ସରକାରୀ ଅର୍ଥ ଚଲୁ କରିବାକୁ ଉଦ୍ୟମ କରାଯାଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଏନେଇ ବିଭାଗୀୟ ଯନ୍ତ୍ରୀ ରାମ ରାୟ ମାରାଣ୍ଡି ଙ୍କୁ ଫୋନ କରାଯାଇଥିଲା 3 ଲକ୍ଷ୍ୟ ଟଙ୍କା କାମ ହେଉଥିବା କହିଲେ ଡେଡ ଲକ୍ଷ୍ୟ କାମ ହେଇ ନାହିଁ କହିଲ ହେଲେ ସାଡେ 3 ଲକ୍ଷ୍ୟ ଟଙ୍କାର ପାଚେରୀ ଲେଖା ହେଇ ଥିବା ବେଳେ ଜେଇ ଙ୍କ କଥା ତାଳ ମେଲ ରହୁ ନ ଥିବା ଜଣା ପଡୁଛି ତେବେ ସୋଟିକ କୌଣସି ଉତ୍ତର ମିଳିପାରିନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି ।