Hot Posts

6/recent/ticker-posts

ଅନ୍ତ୍ଯୋଦୟ ଗୃହ ଯୋଜନା ବାଟବଣl

ଝରୀଗାଁ, ୧୯/୦୩ (ନକୁଳ ଭତ୍ରା) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ମାର୍ଚ୍ଚ ତିରିଶ ତାରିଖ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଅନ୍ତ୍ଯୋଦୟ ଗୃହ ଯୋଜନାର ଶୁଭlରମ୍ବ କରିଥିଲେ l ରାଜ୍ୟ ସରକାର ଏହି ଯୋଜନା ରେ ସମସ୍ତ ଗରିବ ଲୋକଙ୍କୁ ପକା ଘର ସେମାନଙ୍କ ବାସ ଗୃହ ସମସ୍ୟା ସମାଧାନ ଲକ୍ଷ୍ ରଖିଥିଲେ l ବିଶେଷ କରି ଏହି ଯୋଜନାରେ ଭିନ୍ନକ୍ଷମ,ବିଧବା, ଅନାଥ,ଅସହାୟ,ଦୂରlରୋଗରେ ପୀଡିତ ଥିବା ବ୍ୟକ୍ତି ସହିଦ ପରିବାର, ବନ୍ୟା, ବାତ୍ୟା ପୀଡିତ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି l ତେବେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ରେ ବାସ୍ତବ ଚିତ୍ରକୁ ଦେଖିଲେ ଏହି ଯୋଜନାରେ ଏକ ପ୍ରକାର ବାଟବଣା ହୋଇଥିବା ମନେହୁଏ l ବର୍ତମାନ ଏହି ପର୍ଯ୍ୟନ୍ତ ଝରୀଗାଁ ବ୍ଲକ ରେ 543 ଟି ହିତାଧିକାରୀ ଙ୍କୁ କାର୍ଯ୍ୟଦେଶ ଦିଆଗଲାଣି, ବଡଟେମର 15ଟି ବକଡା ବେଡା 35ଟି ବଣୁଆ ଗୁଡା 39ଟି ବେଳଗାଁ, 13ଟି ଭାଲୁକୋ ନାଡୀ 27ଟି ଭିକ୍ଷା 24ଟି, ଚଚl 22ଟି ଚକଲାପଦର 23ଟି ଚାଟି ଗୁଡା 20ଟି ଚିତା ବେଡା 27ଟି ଧାମନା ଗୁଡା 19ଟି ଧୋଡ୍ରା 20 ଟି ଡ଼ଙ୍ଗରୀଗୁଡା 25ଟି ଏକ ଆମ୍ବା 11ଟି ଗୁରୁସିଙ୍ଗା 20ଟି ଇଛାପୁର 39ଟି ଝରୀଗାଁ 34ଟି କାନା କୋଟ 33ଟି କୁଟ୍ରିଚାପର17ଟି ପାଳିଆ 11ଟି ଫୁଫୁଗାଁ 12ଟି ରତIଖଣ୍ଡି ଗୁଡା 22ଟି ତେଲନଦୀ ଗାଁ 35ଟି ଟାର୍ଗେଟ ଆସିଥିବା ହିତାଧିକାରୀଙ୍କୁ ଅନ୍ତ୍ଯୋଦୟ ଗୃହ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟଦେଶ ବଣ୍ଟନ କରାଯାଇଥିଲା l ସେତିରୁ ବର୍ତମାନ ପର୍ଯ୍ୟନ୍ତ ମାତ୍ର125 ଜଣ ହିତାଧିକାରୀଙ୍କୁ ଗୃହ ସମ୍ପୂର୍ଣ କରିଥିବାବେଳେ ଅବଶିଷ୍ଟ 418 ହିତାଧିକାରୀଙ୍କୁ ଗୃହ ଅଧାପନ୍ତରିଆ ଅବସ୍ଥାରେ ରହିଛି l ସେଥିମଧ୍ୟରୁ କିଛି ଘର ଏବେବି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି |ତେବେ ରାଜ୍ୟଓ କେନ୍ଦ୍ର ସରକାର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଜନସାଧାରଣ ମାନଙ୍କ ପାଇଁ ମାଳ ମାଳ ଯୋଜନା କରୁଥିବା ସ୍ୱତେ ଯୋଜନା ବ୍ଳକରେ କଣ ପାଇଁ ଠିକରେ ଫଳପ୍ରଦ ହୋଇପାରୁନି, ତାହା ଏବେ ବ୍ଳକ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି | କଣ ପଦକଷେପ ନେଉଛନ୍ତି ଜିଲ୍ଲା ପ୍ରଶାସନ ଦେଖିବାକୁ ବାକି ରହିଲା?