Hot Posts

6/recent/ticker-posts

ସମ୍ପୂର୍ଣ୍ଣତା ଅଭିଯାନ ୨.୦ ନିମନ୍ତେ ସ୍ଵତନ୍ତ୍ର ଗ୍ରାମ ସଭା

ନବରଙ୍ଗପୁର, ୩୧/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଘୋଡାଖୁଣ୍ଟା ଗ୍ରାମପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ ନିମନ୍ତେ ସ୍ଵତନ୍ତ୍ର ଗ୍ରାମ ସଭା ସରପଞ୍ଚ ଲୀଳାଦେଇ ମାଝୀଙ୍କ ସଭାପତିତ୍ଵ ରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ୨୦୨୫ ବର୍ଷରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ସମ୍ପୂର୍ଣ୍ଣତା ଅଭିଯାନ ୧.୦ ଶେଷ ହୋଇଥିଲା | ଏଥିରେ ଡାବୁଗାଁ ବ୍ଲକ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମରେ ସାରା ରାଜ୍ୟରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲା | ଏନେଇ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମରେ ଯେପରି ପୂର୍ବଥର ଭଳି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟ କରିଥିଲେ ଏହି ଥର ମଧ୍ୟ ସେହି ପରି ନିଷ୍ଠାର ସହ କାର୍ଯ୍ୟ କରି କୃତିତ୍ଵ ହାସଲ କରିବା ପାଇଁ ବ୍ଲକରେ କାର୍ଯ୍ୟରତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା | ଏହି ଗ୍ରାମସଭାରେ ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା, ବିଡିଓ ସମୀର କୁମାର ପାତ୍ର, ସମିତି ସଭ୍ୟ ପର୍ଶୁରାମ ଶବର, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ନାଏବ ସରପଞ୍ଚ ପର୍ତମ ଅମାନତ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ କାମିନୀ ହରିଜନ, ଅଙ୍ଗନୱାଡି ସୁପରଭାଇଜର ସାଇରା ବାନୁ, ଦକ୍ଷତା ବ୍ଲକ ସହଭାଗୀ ମୋନାଲ ପରିଡା, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |