Hot Posts

6/recent/ticker-posts

ବରୀ ରେ ଆଣ୍ଠେଉଛି କଂଗ୍ରେସ,ଫିକା ପଡିଲା ଆନ୍ଦୋଳନ

ବରୀ, ୧୯/୦୩ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲା ବରୀ ବ୍ଲକ ରେ କଂଗ୍ରେସ ପକ୍ଷରୁ ଗୁରୁବାର ଏକ ଆନ୍ଦୋଳନ ଦେଖିବାକୁ ମିଳିଥିଲା!ଏଥିରେ ହାତ ଗଣତି କେଇ ଜଣ କର୍ମୀ ସାମିଲ ହୋଇଥିଲେ!ଯାହାଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଏକ ଆନ୍ଦୋଳନ ଫିକା ପଡିଯିବା ନେଇ ଚର୍ଚ୍ଚା ଜୋର ଧରିଛି!ଏପରିକି ବ୍ଲକ କଂଗ୍ରେସ ଏବେ ଆଣ୍ଠେଇବା ଅବସ୍ଥା ରେ ରହିଛି ବୋଲି ସାଧାରଣ ରେ କୁହାଯାଉଛି!ଫଳ ରେ ଆନ୍ଦୋଳନ ଫିକା ପଡିଯାଇଛି!ଜଣାଯାଇଛି ଯେ, ବରୀ ଏକ ଅବହେଳିତ ଅଞ୍ଚଳ ବନ୍ୟା, ବାତ୍ୟା, ଏଠି ସହଚର, କୃଷି ଉପରେ ଶତକଡା 80ଭାଗ ଲୋକ ନିର୍ଭର କରି ଥାନ୍ତି! ଚଳିତ ବର୍ଷ ବାଦାମ କୁ ପୋକ ଖାଇ ନଷ୍ଟ କରିଦେଇଛି, ଧାନ ମଣ୍ଡି ରେ କଟନୀ ଛଟଣି ଚଲିଛି!ନିର୍ଦ୍ଧାରିତ ମୂଲ୍ୟ ଚାଷୀ ପାଉନି, ଜଳସେଚିତ ସୁବିଧା ନାହିଁ, ଫସଲ ନଷ୍ଟ ହୋଇଯାଉଛି!ଚାଷୀ ମୁଣ୍ଡରେ ଚଡକ ପଡୁଛି!ଜାଳେଣି ଗ୍ୟାସ ମିଳୁନି, ଚୋରାରେ ଉଚ୍ଚା ଦାମ ରେ କଳାବଜାରୀ ହେଉଛି!ଏହିପରି କୃଷି, କୃଷକ ମାନଙ୍କ ବିଭିନ୍ନ ସମସ୍ୟା ନେଇ କଂଗ୍ରେସ ଏକ ସଭା ଜାଗୁଳାଇ ପୀଠ ରେ ବରିଷ୍ଠ କଂଗ୍ରେସ ନେତା ଦେବବ୍ରତ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା! ପରେ ଏନେଇ ଏକ ଦାବି ପତ୍ର ବରୀ ତହସିଲଦାର ଙ୍କ କାର୍ଯ୍ୟାଳୟ ରେ ମୂଖ୍ୟ କିରାଣୀ ଙ୍କୁ ପ୍ରଦାନ କରାଯାଇଥିଲା! ଗ୍ୟାସ ସିଲିଣ୍ଡର ମୁଖ୍ୟ ରାସ୍ତା ରେ ଗଡ଼ାଇ ପ୍ରତିବାଦ କରି ଥିବା ଦେଖିବାକୁ ମିଳିଥିଲା!ଏଥିରେ କୃଷକ, ମହିଳା ଙ୍କୁ ସାମିଲ କରିବାର ପ୍ରୟୋଜନ ଥିଲା ବେଳେ କାଁଭା ହାତ ଗଣତି କେଇ ଜଣ କୁ ଡାକି ଏହି ଆନ୍ଦୋଳନ କରାଯାଇଥିଲା!ସାଧାରଣ ଲୋକ ଏଥିରେ ସାମିଲ ହେବା ପାଇଁ ଚାହୁଁ ଥିଲା ବେଳେ କଂଗ୍ରେସ କାର୍ଯ୍ୟ କର୍ତ୍ତା ସାମିଲ କରାଇବାରେ ବିଫଳତା ଜଣାପଡିଲା ବୋଲି ଚର୍ଚ୍ଚା ଜୋର ଧରିଛି!ଏଥିରେ ପୂର୍ବତନ ବିଧାୟକ ଦେବାଶିଷ ନାୟକ ନେତୃତ୍ୱ ନେଇଥିବାରୁ ପ୍ରକୃତ କଂଗ୍ରେସ କର୍ମୀ, ପ୍ରେମୀ, ବୁଦ୍ଧିଜୀବୀ, ମହିଳା ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରି ଆନ୍ଦୋଳନ ରେ ସାମିଲ ହୋଇନଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି!ବ୍ଲକ କଂଗେସ ସଭାପତି ସମୀର ନୟକ ଧନ୍ୟବାଦ ଦେଇଥିଲେ!ପ୍ରଦେଶ କଂଗ୍ରେସ କୃଷକ ସେଲ ସଭାପତି ଅଭୟ ସାହୁ, କଳ୍ପନା ପଣ୍ଡା, ସୁରେଶ ମଲିକ,ଅଧର ଜେନା,ରମେଶ ଜେନା,ଲିପିକା ପାତ୍ର, ଓ ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା ଙ୍କୁ ଦେଖିବାକୁ ମିଳିଥିଲା!