ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଭାବେ ଜଗଦିଶ କଲାର ମନୋନୀତ |
ଝରିଗାଁ, ୧୯/୦୩ (ନକୁଳ ଭତ୍ରା) : ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟସଭାପତି ଶୁଭ୍ରାଂଶୁ ମୋହନ ପଡୀ ଙ୍କ ନିର୍ଦେଶ କ୍ରମେ ପଦାଧିକାରୀ, ମିଡ଼ିଆ ସଂଯୋଜକ, ସାମାଜିକ ଗଣମାଧ୍ୟମ ସଂଯୋଜକ ଏବଂ ଜିଲ୍ଲା ସଭାପତି ନାମ ତାଲିକା ଘୋଷଣା କରିଥିବା ସ୍ଥଳେ ଜଗଦିଶ କଲାରଙ୍କୁ ନବରଙ୍ଗପୁର ଜିଲ୍ଲା କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଥିବା ସୂଚନା ମିଳିଛି |ଶ୍ରୀଯୁକ୍ତ ଦୀର୍ଘ ବର୍ଷ ଧରି ଜିଲ୍ଲା ବିଜେପି ଦଳରେ ବିଭିନ୍ନ ପଦବୀରେ ରହି ଅଞ୍ଚଳ ପାଇଁ କାର୍ଯ୍ୟ କରିବା ସହିତ ସଂଘଠନକୁ ମଜବୁତ କରିବାରେ ଏକ ପ୍ରମୁଖ ଭୂମିକା ତୁଲେଇ ଆସୁଛନ୍ତି |ବର୍ତମାନ ତାଙ୍କୁ ନବରଙ୍ଗପୁର ଜିଲ୍ଲାର କୃଷକ ମୋର୍ଚ୍ଚା ସଭାପତି ଭାବେ ଦଳ ମନୋନୀତ କରିଥିବାରୁ ନବରଙ୍ଗପୁର ଜିଲ୍ଲା ବିଜେପି ସଂଘଠନରେ ଖୁସିର ଲହରୀ ଖେଳିଯାଇଛି |ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଆସୁଛି |ବିଶେଷ କରି ନବରଙ୍ଗପୁର ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାଶ,ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପ ସଭାପତି ରମେଶ ସାହୁ ଏବଂ ଝରିଗାଁ ବିଧାୟକ ନରସିଂ ଭତରା,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଯୁବ ମୋର୍ଚ୍ଚା ସଭାପତି ଗଜେନ୍ଦ୍ର ପାଣ୍ଡେଙ୍କ ସମେତ ସମସ୍ତ ବିଜେପି କର୍ମୀମାନେ ଶୁଭେଚ୍ଛା ଜଣେଇଛନ୍ତି |ପ୍ରକାଶ ଥାଉକି ଶ୍ରୀଯୁକ୍ତ କଲାର ଏହା ସହିତ ଚତୁର୍ଥ ଥର ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ଭାବେ ମନୋନୀତ ହୋଇଛନ୍ତି |