କୋରାପୁଟ ମୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନମ୍ବର ୨୦ ସୁନାପୁରୁ ଗ୍ରାମ ର ପ୍ରବେଶ ମୁଖ୍ୟ ରାସ୍ତା ହଟାତ୍ ଅବରୋଧ ।
କୋରାପୁଟ, ୧୮/୦୩ ( ରାମ ପାଢ଼ୀ ) : ଆଦ୍ୟ ତା ୧୮/ ୩/୨୦୨୬ ରିଖ ସନ୍ଧ୍ୟା ପ୍ରାୟ ୭ ଘଣ୍ଟିକା ସମୟରେ ସୁନାପୁରୁ ଗ୍ରାମକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତା କଡ଼ରେ ରଖାଯାଇଥିବା ପିଏଚଡି ର ୩୦ ରୁ ଅଧିକ ପାଣି ପାଇପ୍ ଗୁଡ଼ିକ ରାସ୍ତା ଉପରକୁ ହଟାତ୍ ଗଡି ଆସି ବିଛେଇ ହୋଇଯିବା ଫଳରେ ରାସ୍ତା ଅବରୋଧ ହୋଇଯାଇଛି , ଏହି ସମୟରେ ଉକ୍ତ ଅଞ୍ଚଳରେ କରେଣ୍ଟ ନ ଥିବାରୁ ଉକ୍ତ ଅଞ୍ଚଳ ଅନ୍ଧାର ହୋଇ ରହିଛି,ଏପରି ସମୟରେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଥିଲା । ଏହି ପାଇପ୍ ଗୁଡ଼ିକ କୁ ସୁରକ୍ଷା ବ୍ୟବସ୍ଥାରେ ରେ ରଖାଯାଇ ନ ଥିବାରୁ ଏପରି ଘଟଣା ଘଟି ଥିବା ଆଲୋଚନା ହେଉଛି ,ପିଏଚଡି କର୍ମଚାରି ମାନଙ୍କ ଏପରି ଅବହେଳା ଯୋଗୁଁ ଅନେକ ଧନ ଜୀବନ ବିପଦରେ ରହିଛି । ଏ1ଣୁ ଯେଉଁ କର୍ମଚାରୀ ମାନେ ଏହି ପାଇପ୍ ଦାୟିତ୍ୱରେ ରହିଛନ୍ତି ,ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଲୋକ ମାନେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।
କୋରାପୁଟ ରୁ ରାମ ପାଢ଼ୀ ଙ୍କ ରିପୋର୍ଟ nabaduta news ,