୨୨ ଟନ୍ ପୂର୍ଣ୍ଣ ହାଇ ୱାୟ ଟ୍ରକ୍ ର ମହାଦୁର୍ଘଟଣା କିନ୍ତୁ ଚାଳକ ଜୀବିତ ।
କୋରାପୁଟ, ୩୧/୦୧ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କାକିରିଗୁମା ଥାନା ଅଧୀନସ୍ଥ କିନ୍ଦ୍ରିଗୁଡ଼ା ଗ୍ରାମ ନିକଟସ୍ଥ ଘାଟିର ଟର୍ଣିଂ ରାସ୍ତା ରେ ନିୟନ୍ତ୍ରଣ ହରାଇ ୩୦.୦୧.୨୬ ସମୟସନ୍ଧ୍ୟା ୭: ୩୦ଘ ରେ ହାଇ ୱାଇ ଟ୍ରକ୍ ଟି ଦୁର୍ଘଟଣା ଗ୍ରସ୍ତ ହେଲା । ଦୁର୍ଘଟଣା ପରେ ଗାଡ଼ି ଭିତରୁ ମୋଟର ସାଇକେଲରେ ଗତାୟତ କରୁଥିବା ଆରହି ସେହି ଗାଡ଼ିଚାଳକକୁ ଉଦ୍ଧାର କରି କକିରିଗୁମା ଥାନାକୁ ଫୋନ କରିଥିଲେ । ଫୋନରେ ଦୁର୍ଘଟଣା ଖବର ଶୁଣି ଥାନା ଅଧିକାରୀ ଆଇ.ଆଇ.ସି, ହାବିଲଦାର,୩ ଗୋଟି ଗୃହରକ୍ଷୀ ସମେତ ୨ଗୋଟି ଗ୍ରମାରକ୍ଷୀ ଘଟଣା ସ୍ଥଳରେ ଉପସ୍ଥିତ ହୋଇ ଗାଡ଼ି ଚାଳକ ଶ୍ରୀ ସୁଗ୍ରୀବ ଚାଲାନକୁ ନିକଟସ୍ଥ ପୋଡ଼ାଗଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଗଲା । ଆଶ୍ଚର୍ଯ୍ୟ ବିଷୟ ଏହି ଯେ , ଏଡେ ବଡ ଦୁର୍ଘଟଣାରୁ ଈଶ୍ୱର ତାହାଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କଲେ । ଏହି ଓଡ଼ି୧୬ଜେ.୮୨୮୦ର ଗାଡ଼ିମାଲିକ୍ ଶ୍ରୀ ଅଜୟ ସୁନାନି, ଭବାନୀ ପାଟଣାର ଗାଡ଼ିଟି ଟିକିରିରୁ ୨୨ଟନ୍ ପଥର ଗୁଣ୍ଡ (ଆସ୍) ନେ଼ଇ ନବରଙ୍ଗପୁର ଭାରତମାଳା ସଡ଼କ ନିର୍ମାଣ କାର୍ଯ୍ୟକୁ ଅଗ୍ରସର କରି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।
କୋରାପୁଟରୁ ବିପିନ କୁମାର ହିଆଲଙ୍କ ରିପୋର୍ଟ ନବଦୂତ୍ ନ୍ୟୁଜ