୧୦୮ କୁଣ୍ଡିଅ ଗାୟତ୍ରୀ ମହାଯଜ୍ଞ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେବେ ପୂର୍ଣ୍ଣାହୁତି
ରାୟଗଡ଼ା , ୩୧/୦୧ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ସହରର ରୋହିତ କଲୋନୀ ସ୍ଥିତ ଜେସ୍କୋ ପଡିଆରେ 108 କୁଣ୍ଡିୟ ବୈଦିକ ବିଶ୍ଵଶାନ୍ତି ଦେବ ମହାଯଜ୍ଞ ଚଳିତ ମାସ ଜାନୁୟାରୀ 31 ରୁ ଫେବୃୟାରୀ ମାସ 01 ଓ 02 ତାରିଖ ତିନି ଦିନ ଧରି 108କୁଣ୍ଡିୟ ବୈଦିକ ବିଶ୍ଵଶାନ୍ତି ଦେବ ମହାଯଜ୍ଞ ପାଳନ ମହୋତ୍ସବ ଆୟୋଜନ କରାଯାଇଥିଲା କାର୍ଯ୍ୟକ୍ରମର ଆୟୋଜକ ମିଟସ୍ ଇଞ୍ଜିିୟରିଙ୍ଗ୍ ମହାବିଦ୍ୟାଳୟର ଚୈରମ୍ୟାନ ଓ ଗାୟତ୍ରୀ ଭକ୍ତ ବାଳକୃଷ୍ଣ ପଣ୍ଡା ଙ୍କ ଅଧ୍ୟକ୍ଷତା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ବିଶ୍ଵଶାନ୍ତି ଦେବ ମହାଯଜ୍ଞ ର ସଭାପତି ୟେଲ୍ଲା କୋଣ୍ଡା ବାବୁ, ମୁଖ୍ୟ ଅତିଥି ବିଧାୟକ ଆପଲ ସ୍ଵାମୀ କାଡ୍ରାକା, ନୂଆପଡ଼ା ଗାୟତ୍ରୀ ପରିବାର ର ସୁଦର୍ଶନ ଗୁରୁଜୀ ଏବଂ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀ ଯାହା ସୂଚନା ମୁତାବକ ୨ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସିବେ ଏବଂ ପୂର୍ଣ୍ଣା ଆହୁତି ଦେବେ ବୋଲି କହିଛନ୍ତି । ଜାନୁୟାରୀ 31ରିଖ ଦିନ 1100 ମହିଳା ମାନଙ୍କୁ ନେଇ ଲଳିତା ସ୍ରୋହସ ନାମା ପୂଜା କରାଯିବ। ଅତିଥି ମାନଙ୍କ ଦ୍ଵାରା ଧ୍ଵଜ ସ୍ଥାପନ ଓ ପ୍ରଥମ ଯଜ୍ଞ କୁଣ୍ଡ ର ଭୂମି ପୂଜନ ଓ ପାଞ୍ଚ କୁଣ୍ଡ ଯଜ୍ଞ କରାଯାଇଥିଲା ବହୁ ସଂଖ୍ୟା ରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମିଟସ୍ ଇଞ୍ଜିିୟରିଙ୍ଗ୍ ମହାବିଦ୍ୟାଳୟର ଉପସଭାପତି ବିଶ୍ୱଜିତ୍ ପଣ୍ଡା ଓ ତାଙ୍କ ମହାବିଦ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହୋଜୋଗ କରୁଥିବା ଦେଖିବାକୁ ମିଳିଛି।