Hot Posts

6/recent/ticker-posts

ଏ ଆଇ ଆଉଟ୍ ସର୍ଚ୍ଚିଂ ୱର୍କରଙ୍କ ନିୟମିତ କାର୍ଯ୍ୟରତ ।

ଦଶମନ୍ତପୁର, ୩୧/୦୧ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଶୁ ଚିକିତ୍ସାଳୟ ଅନ୍ତର୍ଭୁକ୍ତ ମୁଜାଙ୍ଗ କେନ୍ଦ୍ରର ଏ.ଆଇ ଆଉଟ୍ ସର୍ଚିଂ ୱର୍କେର ଶ୍ରୀ ଅଭୀ ବିଷୋୟୀଙ୍କ ଅବିରତ କାର୍ଯ୍ୟକାରୀ ଭାବେ ନିୟମିତ କାର୍ଯ୍ୟରତ ବହୁ ସଫଳତାର ଦ୍ଵାର ଖଲିଦେଇଛି । ସେ ଅବରତ କାର୍ଯ୍ୟ କରି ବିଭିନ୍ନ ପଶୁ ଅର୍ଥାତ୍ ମଇଁଷି ପୋଡ଼, ଗାଈ ବଳଦ ଓ ମାଇଁ ବୋଦା ଛେଳି ଗୁଡ଼ିକର ସଠିକ୍ ଚିକିତ୍ସା କରି ଏହି ଅଞ୍ଚଳରେ ସୁନାମ ଅର୍ଜନ କରିଛନ୍ତି । ଯାହାକି ମାଇଁ ଛେଳି କିମ୍ବା ଗାଈର ପ୍ରସବ କରିବାରେ କୌଣସି ସମସ୍ୟା ଦେଖାଗଲେ ଶ୍ରୀ ଅଭୀ ବିଷୋୟୀଙ୍କ ବହୁ ଯତ୍ନର ସହ ଚିକିତ୍ସା କରିବା ଦ୍ବାରା କିମ୍ବା ଏଆଇ ତେକନିକରେ ସେ ବାଛୁରୀ କିମ୍ବା ଛେଳି ଛୁଆକୁ ଜନ୍ମ କିମ୍ବା ନିଜେ ଉଭୟ ଛୁଆକୁ ଆପଣା ହସ୍ତଦ୍ବାରା ପ୍ରୟୋଗ କରି ମାଆ ଉଦରରୁ ବହୁ ସୁରୁଖୁରେ ବାହାର କରି ମାଆ ଓ ଛୁଆ ଗୁଡ଼ିକର ଜୀବନ ବଞ୍ଚାଇଥନ୍ତି । ତେଣୁ, ଏହି ଭଳିଆ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିୟମିତ କାର୍ଯ୍ୟକାରୀ ଭାବେ ନିଯୁକ୍ତି କଲେ, ଦେଶର ଓ ସମାଜର ମଙ୍ଗଳ ହେବ ଏଵଂ ପଶୁ ପକ୍ଷୀ ମାନଙ୍କର ଜୀବନ ସୁରକ୍ଷା ହେବ। ଏହି ପରି କାର୍ଯ୍ୟକାରୀ ମାନଙ୍କୁ ସରକାର ଅଧିକରୁ ଅଧିକ ଦୃଷ୍ଟି ଦେବା ଉଚିତ୍ ଓ ନିୟମିତ କାର୍ଯ୍ୟକାରିଭାବେ ସ୍ବୀକାର କରିବା ଜରୁରୀ ।