Hot Posts

6/recent/ticker-posts

ମାମଲା ପ୍ରତ୍ୟାହାର ପାଇଁ ସଂଗଠନର ପ୍ରତିବାଦ—ପଛରେ କିଏ? ଉଠିଲା ସାଂଘାତିକ ପ୍ରଶ୍ନ l

ବାଲେଶ୍ଵର, ୨୯/୦୯ ( ପ୍ରଭାକର ମଲ୍ଲିକ ) : ନାବାଳିକା ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗରେ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ମାମଲା ଚାଲିଥିବା ବେଳେ ଘଟଣାକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି। ଅଭିଯୋଗର ନିରପେକ୍ଷ ତଦନ୍ତ ଓ ଆଇନଗତ ପଦକ୍ଷେପ ପରିବର୍ତ୍ତେ ମାମଲା ପ୍ରତ୍ୟାହାର ଦାବିରେ ସଂଗଠନ ପକ୍ଷରୁ ପ୍ରତିବାଦ କରାଯିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ନାବାଳିକାଙ୍କ ଅଭିଯୋଗର ତଦନ୍ତ ଚାଲିଥିବା ସମୟରେ ହଠାତ୍ ଶିକ୍ଷକଙ୍କ ସପକ୍ଷରେ ସଂଗଠନକୁ ରାସ୍ତାକୁ ଓହ୍ଲାଇବା ପଛରେ କାହାର ଭୂମିକା ରହିଛି ? ଏହି ପ୍ରଶ୍ନ ଏବେ ଘଟଣାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି।ଏହା ଅଭିଯୁକ୍ତ ଶିକ୍ଷକଙ୍କ ଅଭିନବ ଉପାୟ ନୁହେଁ କି ? ଅଭିଯୋଗ ସତ କି ମିଛ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଯଦି ତଦନ୍ତରେ ଅଭିଯୋଗ ମିଥ୍ୟା ହୁଏ ତେବେ ଶିକ୍ଷକ ଅନାୟାସରେ ମୁକ୍ତ ହେବେ। ମିଥ୍ୟା ଅଭିଯୁଗକାରୀ ହେବ ଦଣ୍ଡିତ। କିନ୍ତୁ ତଦନ୍ତ ଶେଷ ହେବା ପୂର୍ବରୁ ମାମଲା ପ୍ରତ୍ୟାହାର ପାଇଁ ଦାବି ଉଠିବା ଘଟଣାକୁ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନ ଉଠିଛି ? ଯଦି ଅଭିଯୋଗ ମିଥ୍ୟା, ତେବେ ତଦନ୍ତରେ ତାହା ପ୍ରମାଣିତ ହେଉ। ଆଉ ଯଦି ଅଭିଯୋଗରେ ସତ୍ୟତା ରହିଛି, ତେବେ ଆଇନ ଅନୁସାରେ ପଦକ୍ଷେପ ନିଆଯାଉ—ଏହା ହିଁ ସ୍ୱାଭାବିକ ଦାବି।
ତେବେ କାହା ସ୍ୱାର୍ଥରେ ଏହି ପ୍ରତିବାଦ?
ପ୍ରତିବାଦ କରୁଥିବା ଅଲଚିକି ସଂଗଠନକୁ ମାମଲା ସମ୍ପର୍କରେ କିଏ ସୂଚନା ଦେଲା? ସଂଗଠନ ନିଜସ୍ୱ ଭାବେ ତଥ୍ୟ ଯାଞ୍ଚ କରି ରାସ୍ତାକୁ ଓହ୍ଲାଇଛି ନା କାହାର ପ୍ରରୋଚନା କିମ୍ବା ପ୍ରଭାବରେ ଏଭଳି ପ୍ରତିବାଦ କରାଯାଉଛି? ଏହାର ଉତ୍ତର ମିଳିବା ଜରୁରୀ। ଏଠାରେ ସୂଚନାଯୋଗ୍ୟ ଅଭିଯୁକ୍ତ ଆଦିବାସୀ ଶିକ୍ଷକ ଅଲଚିକି ସଂଗଠନର ଜଣେ ସକ୍ରୀୟ ସଦସ୍ୟ ଅଟନ୍ତି। ତେବେ ଅଭିଯୁକ୍ତ ଶିକ୍ଷକ ନିଜ ସପକ୍ଷରେ ନିଜ ସଂଗଠନକୁ ଲଗାଇବା କେତେ ଠିକ୍ ?
ଏପରିକି, ଅଭିଯୁକ୍ତ ଶିକ୍ଷକଙ୍କ ପଛରେ କେଉଁମାନେ ରହିଛନ୍ତି ଏବଂ ମାମଲାକୁ ପ୍ରଭାବିତ କରିବାକୁ କୌଣସି ଚାପ ସୃଷ୍ଟି ହେଉଛି କି ନାହିଁ, ତାହାର ମଧ୍ୟ ନିରପେକ୍ଷ ଯାଞ୍ଚ ଆବଶ୍ୟକ। ଏଠାରେ ସୂଚନାଯୋଗ୍ୟ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଜମ୍ଭୀରାଇ ପ୍ରାଥମିକ ବିଦ୍ୟାଳୟରେ ଗଣେଶ ପୂଜା ଦିନ ନାବାଳିକା ଛାତ୍ରୀଙ୍କୁ ଏକୁଟିଆ ପାଇ,ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାକ୍ଷିନ୍ ମୁର୍ମୁ ଅସଦାଚରଣ କରିଥିବା ବେଳେ, ବାଲିଆପାଳ ପୋଲିସ ଅଭିଯୋଗ ପାଇ ତଦନ୍ତ ପରେ ପୋକ୍ସୋ ଆଇନ ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି,ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ମାମଲାର ନିରପେକ୍ଷ ତଦନ୍ତ ନସରୁଣୁ ଅଭିଯୁକ୍ତ ଶିକ୍ଷକଙ୍କ ଦ୍ବାରା ପ୍ରାୟୋଜିତ ଭାବରେ ମାମଲା ପ୍ରତ୍ୟାହାର ପାଇଁ ପ୍ରଥମେ ଗ୍ରାମବାସୀ ଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ ଓ ପରେ ଅଲଚିକି ସଂଗଠନ ଦ୍ଵାରା ମାମଲା ପ୍ରତ୍ୟାହାର ପାଇଁ ପ୍ରତିବାଦ ସଭା କୁ ନେଇ ଉଠିଛି ପ୍ରଶ୍ନ ।
ନାବାଳିକାଙ୍କ ନ୍ୟାୟ ଅପେକ୍ଷାରେ ପ୍ରତିବାଦ କାହିଁକି?
ଜଣେ ନାବାଳିକା ଛାତ୍ରୀଙ୍କ ପକ୍ଷରୁ ଆସିଥିବା ଗୁରୁତର ଅଭିଯୋଗରେ ପ୍ରଥମ ଆବଶ୍ୟକତା ହେଉଛି ନିରପେକ୍ଷ ତଦନ୍ତ। ଅଭିଯୋଗକାରୀ ବାଳିକାଙ୍କ ସୁରକ୍ଷା, ତଦନ୍ତର ସ୍ୱଚ୍ଛତା ଓ ଆଇନର ପ୍ରକ୍ରିୟାକୁ ନିଶ୍ଚିତ କରିବା ଦାୟିତ୍ୱ ପ୍ରଶାସନର।
ତେଣୁ ଏବେ ମୁଖ୍ୟ ପ୍ରଶ୍ନ—ନାବାଳିକା ଛାତ୍ରୀଙ୍କ ଅଭିଯୋଗର ନିରପେକ୍ଷ ତଦନ୍ତ ହେଉଛି ତ?
ମାମଲା ପ୍ରତ୍ୟାହାର ପାଇଁ କାହାର ଚାପ ରହିଛି?
ସଂଗଠନକୁ ପ୍ରତିବାଦ ପାଇଁ କିଏ ଆଗକୁ ଆଣିଲା?
ଏବଂ ଅଭିଯୁକ୍ତ ଶିକ୍ଷକଙ୍କ ପକ୍ଷରେ କିଏ ଠିଆ ହୋଇଛି?
ଏହି ସବୁ ପ୍ରଶ୍ନର ନିରପେକ୍ଷ ଉତ୍ତର ହିଁ ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ଆଣିପାରିବ।
ଏଠାରେ ସୂଚନାଯୋଗ୍ୟ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଧୀନ ଜମ୍ଭୀରାଇ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାକ୍ଷିନ୍ ମୁର୍ମୁ ଗଣେଶ ପୂଜା ଦିନ ଏକୁଟିଆ ଛାତ୍ରୀ କୁ ପାଇ ଅସଦାଚରଣ କରିଥିବା ବେଳେ, ପୋଲିସ୍ ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ପୋକ୍ସୋ ଆକ୍ଟରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l