Hot Posts

6/recent/ticker-posts

ଭବାନୀପାଟଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀଙ୍କ ଦାବି ଉପସ୍ଥାପନ

କଳାହାଣ୍ଡି, ୨୮/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ନିଜର ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ଭବାନୀପାଟଣାରେ କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧୀଜୀ ଏବଂ ଭାରତୀୟ ଜାତୀୟ କଂଗ୍ରେସ ସହ ଦୃଢ଼ତାର ସହ ଠିଆ ହୋଇ ଭାରତୀୟ ଗଣତନ୍ତ୍ରର ପବିତ୍ରତା ଓ ନିର୍ବାଚନୀ ପ୍ରକ୍ରିୟାର ସୁରକ୍ଷା ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ନିର୍ବାଚନୀ ପ୍ରକ୍ରିୟାର ପାରଦର୍ଶିତା ଓ ନିରପେକ୍ଷତାକୁ ନେଇ ଉଠୁଥିବା ପ୍ରଶ୍ନଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରାଯିବା ଆବଶ୍ୟକ ବୋଲି ଭବାନୀପାଟଣା ବିଧାୟକ ଶ୍ରୀ ସାଗର ଚରଣ ଦାସ କହିଛନ୍ତି। ମତଦାନର ଅଧିକାର ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତ ଗଣତାନ୍ତ୍ରିକ ଓ ଆଇନସମ୍ମତ ଉପାୟରେ ସଂଘର୍ଷ ଜାରି ରହିବ ବୋଲି ସେ କହିଛନ୍ତି। ଏହି ଅବସରରେ କଂଗ୍ରେସ କର୍ମୀମାନଙ୍କ ସହ ଦୃଢ଼ତାର ସହ ଠିଆ ହେବା ସହ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ଲଢ଼ୁଥିବା ଦଳର ବରିଷ୍ଠ ନେତୃତ୍ୱଙ୍କ ପ୍ରତି ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।


କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ