କଳାହାଣ୍ଡି, ୦୬/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ରବିବାର ଦିନ ଦିବା ୧୦ ଘଣ୍ଟା ୩୦ ମିନିଟ ସମୟରେ ବିଶ୍ଵନାଥ ପୁର କଲ୍ୟାଣୀ ମଣ୍ଡପ ଠାରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘ ବ୍ଲକ ସ୍ତରୀୟ ସାଧାରଣ ସଭା ଆୟୋଜନ କରାଯାଇଥିଲା I ଉକ୍ତ ସାଧାରଣ ସଭାରେ କଳାହାଣ୍ଡି ଜିଲ୍ଲା ସଭାପତି ପ୍ରକାଶ ମାଝୀ, କଳାହାଣ୍ଡି ଜିଲ୍ଲା ସଭାନେତ୍ରୀ ଦ୍ରୋପଦୀ ମାଝୀ, ପୂର୍ବତନ ମନ୍ତ୍ରୀ ଡ଼ଃ ବଳଭଦ୍ର ମାଝୀ ଏବଂ ସରପଞ୍ଚ, ସମିତି ସଭ୍ୟ ତଥା ଲାଞ୍ଜିଗଡ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଓ ସମସ୍ତ ଜନସାଧାରଣ ଉପସ୍ଥିତ ରହିଥିଲେ I ଉକ୍ତ ସଭାରେ ପ୍ରକାଶ ମାଝିଙ୍କ ନିର୍ଦେଶ କ୍ରମେ ସଭାପତି ଶୁକୃ ମIଝିଙ୍କୁ ସହଯୋଗର ହାତ ବଢ଼େଇବା ପାଇଁ ୦୬ ଜଣିଆ ଉପଦେଷ୍ଟା ସହିତ ୧୩ ଜଣିଆ ବ୍ଲକ କମିଟି ଗଠନ କରାଗଲା, ଏବଂ ଏହି ୧୩ ଜଣଙ୍କୁ ଦୁଇଟି ଲେଖାଏଁ ଗ୍ରାମ ପଞ୍ଚାୟତର ଦାଇତ୍ୱ ପ୍ରଦାନ କରାଗଲା I ତଥା ଉକ୍ତ ବ୍ୟକ୍ତି ମାନଙ୍କ ନାମ ହେଲା ଲାଞ୍ଜିଗଡ ବ୍ଲକ ସଭାପତି ଶୁକୃ ମାଝୀ,ଏହି କମିଟିର ଚେର ପର୍ସନ ଲିଙ୍ଗI ମାଝୀ, କମିଟିର ଉପଦେଷ୍ଟା ହେଲେ ପୂବତନ ମନ୍ତ୍ରୀ ଡ଼ଃ ବଳଭଦ୍ର ମାଝୀ, ହରିଶଙ୍କର ପାତ୍ର, ପାତ୍ର ମାଝୀ, ଜଳନ୍ଧର ମାଝୀ,ଶୋଧନନ୍ଦ ବେରୁଆ,ଫୁଲମେ ମାଝୀ ୧୩ ଜଣିଆ କମିଟି ସଦସ୍ୟ ହେଲେ ପୁରୋହିତ ମାଝୀ, ସର୍ବେଶ୍ୱର ମାଝୀ, ସୁରେନ୍ଦ୍ର ମାଝୀ, ଟଙ୍କଧର ମାଝୀ, ଉଦ୍ଧବ ମାଝୀ, ସାନ୍ଦ୍ରୁ ମାଝୀ, ବନମାଳୀ ମାଝୀ, କରୁଣା ମାଝୀ, ସୁଦାମ ମାଝୀ, ପ୍ରଦୀପ ମାଝୀ, ଟୀକା ମାଝୀ, ଲଖଣ ମାଝୀ, ପୁରୁଣା ମାଝୀ ଏମାନେ ୨୬ ଗୋଟି ପଞ୍ଚାୟତ କୁ ଦୁଇ ଦିଇଟି ପଞ୍ଚାୟତ କୁ ଜଣକ ଭାଗ କରାଗଲା I ଶେଷରେ ଶୁକୃ ମାଝୀ ଆସିଥିବା ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ଟିକୁ ଭଙ୍ଗ କରାଯାଇଥିଲା I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
