Hot Posts

6/recent/ticker-posts

ମଣ୍ଡଳ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତଯୋଗିତା ଅନୁଷ୍ଠିତ

ବୋଲଗଡ, ୦୭/୦୯ (ମାନସରଞ୍ଜନ କର) : ବୋଲଗଡ଼ ମଣ୍ଡଳ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ସୋମବାର ଦିନ ପିଚୁକୁଳି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ମଣ୍ଡଳ କ୍ରୀଡା ସମ୍ପାଦକ ଅଭିଷେକ ମହାନ୍ତିଙ୍କ ଆବାହକତ୍ୱ ଓ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି |ଉକ୍ତ କାର୍ଯ୍ୟକ୍ରମରେ ଟାଙ୍ଗିସାହି ସ୍ଥିତ ରଘୁନାଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି, ଉପରୋକ୍ତ ଆଦର୍ଶ ବିଦ୍ୟାଳୟର ଅଧକ୍ଷ ତାପସ କୁମାର ଦ୍ୱିବେଦୀ ମୁଖ୍ୟବକ୍ତା ଏବଂ ବୋଲଗଡ଼ର ବିଶିଷ୍ଟ ସମାଜସେବୀ ସୁରେଶ କୁମାର ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଖେଳ,କ୍ରୀଡ଼ା ଓ ବ୍ୟାୟାମର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ l ପ୍ରାକ୍ତନ ସମ୍ପାଦକ ମାନସ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ,ଶାରୀରିକ ଶିକ୍ଷା ଶିକ୍ଷକ ଉମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ପ୍ରତିଯୋଗିତାର ସଫଳ ରୂପାୟନ ନିମନ୍ତେ କ୍ରୀଡା କମିଟିର ଦୁଇଜଣ ଉପଦେଷ୍ଟା ପଦ୍ମଚରଣ ବେହେରା,ଜୟରାମ ଦାସ,କ୍ରୀଡା ଶିକ୍ଷୟତ୍ରୀ ସୌଦାମିନୀ ବେହେରା ଓ ସବିତା ବାରିକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ l ସମାଜସେବୀ ଜଗନ କୁମାର ନାୟକ ଜିଲ୍ଲା ସ୍ତରକୁ ଚୟନ ହୋଇଥିବା ୬୫ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବାବଦକୁ ଅର୍ଥ ପ୍ରଦାନ କରିଥିଲେ l ବୋଲଗଡ ମଣ୍ଡଳର ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |