ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୬ ପାଳିତ
ଲଇକେରା, ୦୮/୦୯ ( ନବଦୂତ ) : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ବ୍ଲକ ଶିକ୍ଷା ଆନୁକୂଲ୍ୟରେ ପାଳିତ ହେବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରାମ ପରିକ୍ରମା କରି ସଚେତନ ରାଲି ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ କିର୍ମିରା ଠାରେ ପାଳନ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶକୁନ୍ତଳା କିସାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବାଵେଳେ ବିଡିଓ ଅବିନାଶ ଲାକ୍ରା, ବ୍ଳକ ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡା, ସରପଞ୍ଚ ସନ୍ତୋଷିନୀ ପଟେଲ, ଏବିଇଓ ହିରଣ୍ୟ ରୋହିଦାସ, ପ୍ରଧାନ ଶିକ୍ଷକ ସୈାରୀନାରାୟଣ ସିଂହ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାକ୍ଷରତା ଦିବସ ପାଳନର ଆଭିମୁଖ୍ୟ, ଭବିଷ୍ୟତ ରେ ଉତ୍ତମ ନାଗରିକ ଗଠନରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସଂସ୍କାର, ଶିକ୍ଷା ଓ ପ୍ରଚେଷ୍ଟା କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ମତବ୍ୟକ୍ତ କରିଥିଲେ । ସିଆରସିସି ଭେଷଜ ଦିହିରିଆ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସିଆରସିସି ସୁଜେଶ ପଟେଲ, ଚୁରାମନ ନାଏକ, ସୁରେଶ ସେଠ, ଦୁବରାଜ ଦିହିରିଆ, କୃପାସିନ୍ଧୁ ତନ୍ତୀ, ଟଙ୍କଧର ଦିହିରିଆ, ଶିକ୍ଷକ କୃଷ୍ଣଚନ୍ଦ୍ର ପ୍ରଧାନ ସହଯୋଗ କରିଥିବା ବେଳେ ଶିକ୍ଷୟତ୍ରୀ ତପସ୍ୱିନୀ ରଣବିଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।