Hot Posts

6/recent/ticker-posts

ତୁଜୁଙ୍ଗ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହୋତ୍ସବ ପାଳିତ

କର୍ଲାମୁଣ୍ଡା, ୦୮/୦୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପଣ୍ଡକାମାଲ ପଞ୍ଚାୟତ ତୁଜୁଙ୍ଗ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହୋତ୍ସବ ପାଳିତ ହେଉଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବାକର ସାହୁ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଳକ ସଂସ୍କୃତ ଶିକ୍ଷକ ସଂଘ ସଭାପତି ମାୟାଧର ବେହେରା, ମୁଖ୍ୟ ବକ୍ତା ସାହିତ୍ୟିକ ହେମନ୍ତ ସାହୁ, ସମ୍ମାନୀତ ଅତିଥି ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ସାହୁ, ଶିକ୍ଷକ ରଜନୀକାନ୍ତ ସୁନା, ଧ୍ରୁବ ଚରଣ ମହାଖୁଡ଼, ଶିକ୍ଷୟିତ୍ରୀ ହୈମବତୀ ଦାଶ ଯୋଗ ଦେଇ ଥିବା ବେଳେ ସଂସ୍କୃତ ଶିକ୍ଷକ ରାଧାନାଥ ଦିଶ୍ରୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ କୁ ଅତିଥି ମାନେ ଉଦଘାଟନ ଓ ପରିଦର୍ଶନ କରି ଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟମାନେ ସହଯୋଗ କରିଥିଲେ।