Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବାଦୀ ବଗିଚା ଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ

ନୂଆପଡ଼ା, ୨୮/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବାଦୀ ବଗିଚା ଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ, ହୋଇଯାଇଅଛି। ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିବା ବେଳେ। ତାଙ୍କ ସମ୍ମୁଖରେ ଖଡ଼ିଆଳ ଏନଏସି ୱାର୍ଡ ନମ୍ବର ୦୪ ସୁଚିସ୍ମିତା ମହାରଣା ସଦସ୍ୟା ସହ ବାଦୀ ସରପଞ୍ଚ ମୀନା ଜାଲ ଙ୍କ ସମେତ ୱାର୍ଡ ସଭ୍ୟ ସଭ୍ୟ ଯୋଗଦାନ କରିଛନ୍ତି। ୧୦୦ ରୁ ଉର୍ଦ୍ଧ ନେତା ଓ କର୍ମୀ ସାମିଲ ହୋଇଥିଲେ। ଏହି ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ରେ ଜିଲ୍ଲା ବିଜେପି ସଭାପତି କମଲେଶ ଦୀକ୍ଷିତ, ପୂର୍ବତ୍ତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ୍ ଚଲାନ, ତୁଲସ ପଟେଲ, ଖଡ଼ିଆଳ ନଗର ଅଧ୍ୟକ୍ଷା ଉଜ୍ଜଳ ଗୁପ୍ତା, ଦେବ ଦେବ ସିଂ ଦେଓ, ପୁଷ୍ପାଞ୍ଜଳି ପାଣ୍ଡେ, ବାଳକୃଷ୍ଣ ଶବର ପ୍ରମୁଖ ମଞ୍ଚାସିନ ହୋଇଥିଲେ।