ବବିତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ୧୪ ଛାତ୍ରନେତା
ବିଂଝାରପୁର , ୨୮/୦୯ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନମଣ୍ଡଳୀର ଚଷାଖଣ୍ଡ ପଞ୍ଚାୟତର ୧୪ ଜଣ ଛାତ୍ରନେତା ଓ ଯୁବକ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ସିଂହପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ବବିତା ମଲ୍ଲିକ ଓ ବରିଷ୍ଠ ନେତା ନିରଞ୍ଜନ ବେଉରିଆଙ୍କ ଉପସ୍ଥିତିରେ ସେମାନେ ଦଳରେ ଯୋଗଦେଇଥିଲେ। ବିଜେପିରେ ଯୋଗଦେଇଥିବା ମାନେ ହେଲେ ସୌଭାଗ୍ୟ ରଞ୍ଜନ ସାହୁ, ପ୍ରକାଶ କୁମାର ମଲ୍ଲିକ, ପ୍ରତାପ ସାହୁ, ଗଜେନ୍ଦ୍ର ଜେନା, ପ୍ରଶାନ୍ତ ଜେନା, ସୁବ୍ରତ ପରିଡ଼ା, ବିକାଶ ମଲ୍ଲିକ, ପ୍ରଦ୍ୟୁମ୍ନ ଜେନା, ସବ୍ୟସାଚୀ ବାରିକ, ବାମଦେବ ବେହେରା, ଜିତେନ୍ଦ୍ର ଧଳ, ଦୀପକ ମଲ୍ଲିକ, ସୁବ୍ରତ ସାମଲ ଓ ମନୋଜ ଜେନା। ବବିତା ମଲ୍ଲିକ ଓ ନିରଞ୍ଜନ ବେଉରିଆ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ଏହି ଅବସରରେ ବବିତା ମଲ୍ଲିକ କହିଥିଲେ ଯେ, ଯୁବ ଓ ଛାତ୍ରଶକ୍ତି ସଂଗଠନର ଗୁରୁତ୍ୱପୂର୍ଣ୍ଣ ଆଧାର। ନୂତନ କର୍ମୀମାନେ ଲୋକଙ୍କ ସହ ଯୋଡ଼ିହୋଇ ସଂଗଠନକୁ ମଜବୁତ କରିବା ସହ ଅଞ୍ଚଳର ବିକାଶ ଓ ଲୋକସେବାରେ ସକ୍ରିୟ ହେବାକୁ ସେ ଆହ୍ୱାନ ଦେଇଥିଲେ। ନିରଞ୍ଜନ ବେଉରିଆ ମଧ୍ୟ ନୂତନ କର୍ମୀଙ୍କୁ ସ୍ୱାଗତ କରି ତୃଣମୂଳସ୍ତରରେ ସଂଗଠନ ସୁଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ। ଦଳରେ ସାମିଲ ହୋଇଥିବା ଛାତ୍ରନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ବିକାଶମୂଳକ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ବିଜେପିରେ ଯୋଗଦେଇଥିବା କହିଥିଲେ। ଆଗାମୀ ଦିନରେ ଦଳୀୟ ସଂଗଠନ ପାଇଁ କାର୍ଯ୍ୟ କରିବାକୁ ସେମାନେ ପ୍ରତିଶ୍ରୁତି ଦେଇଥିଲେ |