ଟ୍ରକ୍ ଓ ପିକଅପ ମୁହାମୁହିଁ ଧକ୍କା, ପିକଅପ ଡ୍ରାଇଭର ମୃତ
କଳାହାଣ୍ଡି, ୨୮/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜାତୀୟ ରାଜପଥ ୨୬ କୋକସରା ସହର ମଧ୍ୟରେ ଆଜି ମଧ୍ୟାହ୍ନରେ ଟ୍ରକ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଉଦ୍ଧାର ଡ୍ରାଇଭର ଚିକିତ୍ସା ଧୀନ ଅବସ୍ଥାରେ ମୃତ ହୋଇଥିବା ବେଳେ ହେଲ୍ପର ଗୁରୁତର ଥିବା ଜଣାପଡିଛି।ମୃତ ଡ୍ରାଇଭର ପାପଡାହାଣ୍ଡି ଗ୍ରାମର ନନ୍ଦ ଭତରା ହୋଇଥିବା ବେଳେ ଗୁରୁତର ହେଲ୍ପର ବୋରିଗୁମ୍ମା କଷାଗୁଡା ଗ୍ରାମର ମଙ୍ଗଲୁ ମୁଦୁଲି ଗ୍ରାମ ର ବୋଲି ଜଣାପଡିଛି। ସୂଚନା ମତେ ଆଜି ବୋରିଗୁମା ରୁ ଭବାନୀପାଟଣା ଯାଉଥିବା ଏକ ପିକଅପ ଗାଡି (ଓଡ଼ି୧୦ ଭି ୭୦୭୯) ତାମିଲନାଡୁ ରାଜ୍ୟର ଟ୍ରକ (ଟି ଏନ୫୨ ଏଚ ୨୪୭୭)। ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ତୀବ୍ରତର ହୋଇଥିଲା ଗାଡି ର ଡ୍ରାଇଭର ଓ ହେଲ୍ପର ଗାଡି ମଧ୍ୟରେ ଫସି ରହିଥିଲେ। ସ୍ଥାନୀୟ ଯୁବକ ମାନେ ଏନେଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ କୁ ସୂଚନା ଦେବାପରେ ଉଭୟ ବିଭାଗୀୟ କର୍ମଚାରୀ ପହଞ୍ଚି ଗାଡି ରେ ଫସି ରହିଥିବା ଡ୍ରାଇଭର ଓ ହେଲ୍ପର କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସଙ୍କଟାପନ୍ନ ଅବସ୍ଥାରେ ଥିବା ଡ୍ରାଇଭର କୁ ଭବାନୀପାଟଣା ମେଡ଼ିକାଲ ସ୍ଥାନାନ୍ତରିତ ସମୟରେ ଆମ୍ବୁଲାନ୍ସ ରେ ତାର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ହେଲ୍ପର ଚିକିତ୍ସା ଧୀନ ଅବସ୍ଥାରେ ରହିଛି। କୋକସରା ପୋଲିସ ପକ୍ଷରୁ ମୃତକ ଡ୍ରାଇଭର ଙ୍କ ପରିବାର କୁ ସୂଚନା ଦେବାସହ ଦୁର୍ଘଟଣା ଟ୍ରକ ଡ୍ରାଇଭର କୁ ଅଟକ ରଖାଯାଇଛି।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ