Hot Posts

6/recent/ticker-posts

ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

କଳାହାଣ୍ଡି, ୨୯/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ବିଶ୍ୱ ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଓ ଦଶହରା ମହୋତ୍ସବକୁ ନେଇ ଜୋରଦାର ପ୍ରସ୍ତୁତି l ଐତିହ୍ୟ, ପରମ୍ପରା ଓ ଭକ୍ତିର ଏହି ମହାପର୍ବକୁ ସୁରୁଖୁରୁରେ ସମ୍ପନ୍ନ ହେଵ ସେନେଇ ଏବେଠାରୁ ପ୍ରଶାସନ ତତ୍ପର ହୋଇଛି l ଆସନ୍ତା ମାସ ଅକ୍ଟୋବର ୧୯ ତାରିଖ ରେ ହେଵ ଛତରଯାତ୍ରା l ସକାଳ ୫. ୩୦ ମିନିଟ ରେ ଜେନା ଖାଲ ଠାରୁ ମାଁ ଙ୍କ ଛତର ବାହାରି ସହର ପରିକ୍ରମା କରି ଦିନ ୧୧. ୩୦ ରେ ମାଁ ଙ୍କ ମନ୍ଦିରରେ ପହଂଚିବା ନେଇ ସମୟ ନିର୍ଧାରଣ କରା ଯାଇଛି l ତେବେ ଛତରଯାତ୍ରା ରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେବା କୁ ଥିବା ବେଳେ ଶୃଙ୍ଖଳିତ, ସୁରକ୍ଷିତ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ତତ୍ପରତା ଏନେଇ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ l ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍,ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ସବୁ ଦିଗ ଉପରେ ରହିଛି ପ୍ରଶାସନର ଫୋକସ୍ l କଳାହାଣ୍ଡିର ଅଧିଷ୍ଟ୍ରତୀ ଦେବି ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ l ଛତରଯାତ୍ରା ସହ ଦଶହରା ମହୋତ୍ସବକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା l ତେବେ ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ,ଜନପ୍ରତିନିଧି ଓ ଆୟୋଜକମାନେ ଯୋଗ ଦେଇଥିଲେ l  ବିଶେଷ କରି ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି l ଏହାସହ ପାନୀୟ ଜଳ, ପରିମଳ, ବିଦ୍ୟୁତ୍, ଆଲୋକୀକରଣ, ଚିକିତ୍ସା ଓ ଆପାତକାଳୀନ ସେବା ନେଇ ମଧ୍ୟ ଆଲୋଚନା ହୋଇଥିଲା l ଛତରଯାତ୍ରା ସମୟରେ ଯେପରି କୌଣସି ଅଘଟଣ ନଘଟେ ଏବଂ ଶ୍ରଦ୍ଧାଳୁମାନେ ସୁରକ୍ଷିତ ଭାବେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ଗୁରୁତ୍ୱ ଦିଆଯାଇଛି l