Hot Posts

6/recent/ticker-posts

ଏସ୍‌ସିବି ମେଡିକାଲର ଅବ୍ୟବସ୍ଥା ସୁଧାର ଦାବି: ପ୍ରତିଦିନ ୨ ଘଣ୍ଟିଆ ଧାରଣା ଦେବ ସୁଭାଷ ସଂଗଠନ

କଟକ, ୦୩/୦୯ ( କାହୁଁ ଚରଣ ବାରିକ ) : ଆଜି ସୁଭାଷ ସଂଗଠନ ତରଫରୁ ଏସ ସି ବି ମେଡିକାଲରେ ୪ ଟି ମୁଖ୍ୟ ଅବ୍ୟବସ୍ଥା ସୁଧାର ନଆସିବା ଯାଏ ପ୍ରତ୍ୟେକ ଦିନ ଦୁଇଘଣ୍ଟିଆ  ଧାରଣା ଦିଆଯିବ ବୋଲି  ଅଧକ୍ଷଙ୍କୁ ସୁବାସ ସଂଗଠନ ପକ୍ଷରୁ ଲିଖିତ ଚେତାବନୀ ଦିଆଯାଇଛି। ଏହି ଦାବି ଗୁଡ଼ିକ ହେଲା ଆମ୍ବୁଲାନ୍ସ ଅବ୍ୟବସ୍ଥା ର ସୁଧାର କେବେ ହେବ, ପ୍ରତେକ ଦିନ ମହାପ୍ରଣୟ ପାଇଁ ଲୋକ ହଇରାଣ ହେଉଛନ୍ତି କିନ୍ତୁ ଏହାର ସମାଧାନ ବାଟ କିଛି ବାହାରୁନାହିଁ। ଟ୍ରମା ଓ ନନ ଟ୍ରମା କାଜୁଏଲଟି ରେ ରୋଗୀ ସେବାରେ ସୁଧାର ଅସୁନାହିଁ,ରୋଗୀ ଘଣ୍ଟା ଘଣ୍ଟା ଧରି ପଡିରହୁଛି ଓ ସବୁ ଜରୁରୀ କାଳୀନ ଡାକ୍ତର ଙ୍କ ଅନୁପସ୍ଥିତି ପାଇଁ ସେବାରେ ଅବହେଳା ହେଉଛି।ନିରାମୟ ରେ ରୋଗୀଙ୍କୁ ସବୁ ଔଷଧ ମିଳୁନାହିଁ ଯାହା ଦ୍ୱାରା ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡିରେ ରହିଲା ପାଇଁ ନିରାଶ ହେଉଛନ୍ତି। ମେଡ଼ିକାଲ ରୁ ଦଲାର ଓ ଚୋରଙ୍କର ଉପଦ୍ରଵ  ଦିନକୁ ଦିନ ବଢ଼ିବାରେ ଲାଗିଛି, ସିସି କ୍ୟାମେରେ ଓ ମାତ୍ରା ଅଧିକ ସୁରକ୍ଷା କର୍ମୀ ଥିବା ସତ୍ୟ ପ୍ରତେକ ଦିନ ରୋଗୀ  ହଇରାଣ ହେଉଛନ୍ତି। ଏସବୁ ଅବ୍ୟବସ୍ଥା ସୁଧାର ନଆସିବା ଯାଏ  ପ୍ରତେକ ଦିନ ୧୦ ଟା ରୁ ୧୨ ଟା ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି ପ୍ରତିଷ୍ଠାତା ଓ ସଭାପତି ସୁରେଶ ମହାନ୍ତି କହିଛନ୍ତି।