ବାଲେଶ୍ଵର, ୦୩/୦୯ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକର ଅନ୍ତର୍ଗତ ଭେଲୋରା ପଞ୍ଚାୟତର ଭେଲୋରା ହାଟ ଏବେ ଜବରଦଖଲକାରିଙ୍କ କବଜାରେ। ସରକାରୀ ହାଟ ଜାଗାକୁ ଜଣେ ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରି ଦୋକାନ ଘର ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏ ନେଇ ବାରମ୍ବାର ଅଭିଯୋଗ ପରେ ଵି ପ୍ରଶାସନ ନୀରବ ରହିବା ଘଟଣାକୁ ସନ୍ଦେହ ଘେରରେ ପକାଇଛି। ଅଭିଯୋଗ ଅନୁଯାଇ ସରକାରୀ ହାଟ ପିଣ୍ଡିକୁ ରାତାରାତି ଲୁହା ପାଚେରୀ ନିର୍ମାଣ କରାଯାଇଥିବାରୁ ଗାଁ ଗହଳିର ସାଧାରଣ ବ୍ୟବସାୟୀ ବସିବା ଜାଗା ନ ପାଇ ରାସ୍ତା ଉପରେ ବସିବା ବାଧ୍ୟ ହେଉଛନ୍ତି।ଯାଫଳରେ ଗାଉଁଲି ବ୍ୟବସାୟ କରିବା ପାଇଁ ଜାଗା ନପାଇ ହନ୍ତସନ୍ତ ହେଉଛନ୍ତି। ହାଟରୁ ବ୍ଲକକୁ ଆସୁଥିବା ରାଜସ୍ୱ ବନ୍ଦ ହେବା ନେଇ ମଧ୍ୟ ଆଶଙ୍କା ବଢିଛି।ସ୍ଥାନୀୟ ବ୍ୟବସାୟୀ ଏଠି ବର୍ଷ ବର୍ଷ ଧରି ବ୍ୟବସାୟ କରିଆସୁଛନ୍ତି କରୁଛନ୍ତି। ଏବେ ଜଣେ ମିଠା ବ୍ୟବସାୟୀ ଆସି ହାଟକୁ ନିଜ ସମ୍ପତ୍ତି ଭାବି ଜବରଦଖଲ କରିଛନ୍ତି। ଏ ନେଇ ଗ୍ରାମବାସୀ ବସ୍ତା ବି ଡ଼ି ଓ, ଭେଲୋରା ସରପଞ୍ଚଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି,ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।ଏହାକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି।ତେବେ ଜନସାଧାରଣ କହିବା ଅନୁଯାଇ ଅଭିଯୋଗ ପରେ ଵି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଦୁଃଖ ଓ ପରିତାପର ବିଷୟ।ତେବେ କାହା ଚାପରେ ଚୁପ ବସିଛନ୍ତି ଅଧିକାରୀ ? କିଏ ଅଛି ଏହି ଜବରଦଖଲକାରୀ ମିଠା ବ୍ୟବସାୟୀ ପଛରେ? ପ୍ରଶାସନ ତୁରନ୍ତ ହାଟ ଜାଗା ମାପ କରି ଜବରଦଖଲ କାରିଙ୍କୁ ଉଚ୍ଛେଦ କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ ଓ ସ୍ଥାନୀୟ ଗାଉଁଲି ବ୍ୟବସାୟୀ ଯଥାଶୀଘ୍ର ତଦନ୍ତ କରି ଜବରଦଖଲ ଲୁହା ବାଢ଼କୁ ଉଛେଦ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରାଯିବ ବୋଲି ଜନସାଧାରଣ କଡା ଚେତାବନୀ ଦେଇଛନ୍ତି।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
