Hot Posts

6/recent/ticker-posts

ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା

ବରୀ, ୦୩/୦୯ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ ବାଲିବିଲି ପଞ୍ଚାୟତ ବନବାସୀ ବିଦ୍ୟାଳୟ ର ସେବିକା ଶିକ୍ଷକ ନୀଳଲତା ସାହୁ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ବରିଷ୍ଠ ନାଟ୍ୟକାର ଅଭୟ ଶତପଥି ପ୍ରଦୀପ ପ୍ରଜ୍ବଳନ କ କରିବା ସହିତ ପଣ୍ଡିତ ଉପେନ୍ଦ୍ର କଣ୍ଠ ବେଦଧ୍ଵନୀ ମାଧ୍ୟମ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଆତ୍ମୀୟ ପରିଜନ ଦିବଂଗତ ଆତ୍ମା ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଦିବଂଗତ ଆତ୍ମା ଙ୍କ ସଦ୍ଗତୀ ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା ସହିତ ସର୍ବଧର୍ମ ପ୍ରାର୍ଥନା ବୋଲା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷାବିତ୍ ବୃନ୍ଦାବନ ସାମଲ,ଶ୍ରମିକ ନେତା ନିମାଇଁ ରାୟ,ପ୍ରବଚକ୍ ବୀର କିଶୋର ରାଉତ,ପଣ୍ଡିତ ରାମଚନ୍ଦ୍ର ପଣ୍ଡା ପ୍ରଭୃତି ଅତିଥି ମାନେ ଦିବଂଗତ ଙ୍କ ସ୍ମୃତିଚାରଣ ସହିତ ୰ ସାହୁ ଙ୍କ ତ୍ୟାଗପୁତ,ସେବା ପରାୟଣ ସଂକ୍ଷିପ୍ତ ଜୀବନୀ ବିଷୟରେ ବର୍ଣ୍ଣନା କରିଥିଲେ। ଯୁବ ସମାଜସେବୀ ଡଃ ବିଶ୍ଵନାଥ ତ୍ରିପାଠୀ ସଞ୍ଚାଳନ କରିଥିଲେ । ଶେଷରେ ଶାନ୍ତିପାଠ କରାଯାଇ ଜୟ ଘୋଷ ମାଧ୍ୟମ ରେ ସଭାକାର୍ଯ୍ୟ ସମାପନ କରାଯାଇଥିଲା । କାର୍ଯ୍ୟକ୍ରମ ଟିକୁ ଭାସ୍କର ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ, ଲକ୍ଷ୍ମୀଧର ସାହୁ, ମନୋରଞ୍ଜନ ସାହୁ, ପଞ୍ଚାନନ ସାହୁ, ସିପୁ ସାହୁ, ଚଗଲା ସାହୁ, ଫୁକନ ସାହୁ ପ୍ରଭୃତି ପରିଚାଳନା କରିଥିଲେ । ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ ।