ସିନାପାଲିରେ ଓଡିଶା ସାହିତ୍ୟ ଏକାଡେମୀ କରିବ ଗଙ୍ଗାଧର ଜୟନ୍ତୀ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଉତ୍ସାହ l
ସିନାପାଲି, ୧୬/୦୮ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାର ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ଦୀର୍ଘ ୨୩ ବର୍ଷ ହେଲା ଅଞ୍ଚଳରେ ସାହିତ୍ୟର ବିକାଶ ପାଇଁ ସମର୍ପିତ ଥିବା ବେଳେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ଏକ ଭବ୍ୟ ସମାବେଶରେ ସ୍ଵଭାଵକବିଙ୍କ ଜୟନ୍ତୀ ପାଳନ କରିଆସୁଛି l ଚଳିତବର୍ଷ ଓଡିଶା ସାହିତ୍ୟ ଏକାଡ଼େମୀ ସିନାପାଲିରେ କବିଙ୍କ ଜୟନ୍ତୀ ପାଳନ କରିବାକୁ ଆଗେଇ ଆସିଥିବାରୁ ଉଭୟ ଅନୁଷ୍ଠାନ ମିଳିତ ଭାବରେ ଏଠାରେ ଜୟନ୍ତୀ ପାଳନ କରିବେ ବୋଲି ଜଣାପଡିଛି l ସୀମାନ୍ତରେ ଏକାଡ଼େମୀର ଏଭଳି ପ୍ରୟାସ ଅଂଚଳଵାସିଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି l ଏନେଇ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ସଭାରେ ବିଶଦ ଆଲୋଚନା କରାଯାଇ ରୂପରେଖ ପ୍ରସ୍ତୁତ କରାଯାଇଛି l ଚଳିତ ବର୍ଷ ଜୟନ୍ତୀ ସମାବେଶରେ ମୁଖ୍ଯଅତିଥି ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି କବି ତଥା ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଓ ଗବେଷକ ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ର ଏବଂ ମୁଖ୍ଯବକ୍ତା ଭାବରେ ପ୍ରଫେସର ବିଜୟାନନ୍ଦ ସିଂହ ଯୋଗ ଦେବେ ା ଏବର୍ଷ ସାରସ୍ବତ ପ୍ରତିଭା ପ୍ରଫେସର ସତ୍ୟ ପଟ୍ଟନାୟକ ଓ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସମିତି ସୂଚନା ଦେଇଛନ୍ତି ା ବିଗତବର୍ଷ ଭଳି କବିତା ସଂକଳନ "ଅମୃତ ଗଙ୍ଗା" ଓ ଇ‐ସାହିତ୍ଯ ପତ୍ରିକା "ସ୍ୱର୍ଣ୍ଣୋଦୟ"କୁ ଅତିଥିମାନେ ଉନ୍ମୋଚନ କରିବେ ା ଏ ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଗୀତ ଓ ବକ୍ତୃତା ପ୍ରତିଯୋଗିତା ସହ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ା ପ୍ରସ୍ତୁତି ସଭା ପ୍ରାରମ୍ଭରେ ସଂପାଦକ ତରୁଣ କୁମାର ମେହେର ସମସ୍ତଙ୍କୁ ସ୍ବାଗତ କରିଥିଲେ l ସଭାରେ ସମିତିର ଉପଦେଷ୍ଟା ବୈଶାମ୍ପାୟନ ମେହେର, ନୀଳମଣି ମେହେର, ଡମ୍ୱରୁଧର ମେହେର, ବାମଦେବ ଦାଶ, ତୁଳସୀରାମ ମେହେର, ନବୀନଚଂଦ୍ର ମେହେରଙ୍କ ସହିତ ବିଜୟ କୁମାର ଯୋଷୀ, ସତ୍ୟବ୍ରତ ଗହୀର, ତ୍ରିନାଥ ମେହେର, କୁମୁଦବନ୍ଧୁ ଯୋଷୀ, ରୁପେଶ ମେହେର, ବଂଶୀଧର ଜଗତ, ପରେଶନାଥ ପାଣିଗ୍ରାହୀ, ନୀଲାଂଚଳ ମେହେର, ପ୍ରେମାନନ୍ଦ ମେହେର, ହାଡ଼ୁରାମ ମେହେର, ପବିତ୍ର ଦୁରିଆ, ବେଣୁଧର ମେହେର, ଗୌତମ ମେହେର, ଲୋଚନ ମେହେର, ହୄଦାନନ୍ଦ ମେହେର, ଭୀଷ୍ମରାଜ ମେହେର, ଋଷଭ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ l ଶେଷରେ ଲଳିତ କୁମାର ସୁନାରୀ ଧନ୍ଯବାଦ ଦେଇଥିଲେ l