Hot Posts

6/recent/ticker-posts

ବୀରମହାରାଜପୁର ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ l

ବୀରମହାରାଜପୁର , ୧୬/୦୮ ( ଜଗଦିଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଉପଖଣ୍ଡ ସ୍ତରୀୟ ୮0ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେର ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପ୍ୟାରେଟ ରେ ଅଭିବାଦନ ଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ଏବଂ ଅଂଶଗ୍ରହଣ କରିଥିବା ଶ୍ରେଷ୍ଠ ପ୍ୟାରେଟ ଦଳକୁ ପୁରସ୍କୃତ କରିଥିଲେ l ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ରେ ଉପଖଣ୍ଡ ର ଶ୍ରେଷ୍ଠ ମାର୍କ ରଖିଥିବା ଗଣପତି ଆଦର୍ଶ ଶିକ୍ଷା ନିକେତନର ଛାତ୍ରୀ ଅଲିଶା ମହାକୁର ଏବଂ ଜୟକିଷାନ ହାଇସ୍କୁଲ ହିଙ୍ଗମା ର ଛାତ୍ର ପ୍ରଦ୍ୟୁମ୍ନ କର୍ଣ୍ଣ ଙ୍କୁ ସ୍ବର୍ଗତ ଶିକ୍ଷକ ଦାଶରଥି ହୋତା ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଥିବାବେଳେ ବିଶିଷ୍ଟ ସମାଜ ସେବା ପାଇଁ ବ୍ଲକ ଉପାଧକ୍ଷ ନାରାୟଣ ଲୁହା ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଛି lଏହି ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ପରିଚାଳନା କରିଥିବାବେଳେ l ଶିକ୍ଷକ ଅକ୍ଷୟ କୁମାର ରାଏ ପୁରସ୍କାର ବିତରଣ ଉତ୍ସବ ର ପରିଚାଳନା କରିଥିଲେ l ଶେଷରେ ସୂଚନା ପ୍ରସାରଣ ଅଧିକାରୀ ଅଶୋକ ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l ବୀରମହାରାଜପୁର ସାମ୍ବାଦିକ ସଂଘରେ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି ପତାକା ଉତ୍ତାଳନ କରିଥିଲେ lସେହିପରି ସୁବଳୟା ଖେଳ ପଡିଆରେ ଯୁବ ଛାତ୍ର ସାଂସଦ ପକ୍ଷରୁ ତହସିଲଦାର ଶୁଚିସ୍ମିତା ପାଣିଗ୍ରାହୀପତାକା ଉତ୍ତଳୋନ କରିଥିଲେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ସୁବଳୟା ଥାନା ଅଧିକାରୀ ପଞ୍ଚାନନ ନାଏକ ସଭାପତି ଭୋଳାନାଥ କର୍ମୀ ସମ୍ପାଦକ ସଂଜୀବ ମେହେର ଉପସ୍ଥିତ ରହି ପେରେଡ ରେ ଭାଗନେଇଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରୁଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସୁରେନ୍ଦ୍ର କୁମାର ସାହୁ ସେହିପରି ସୁ�